ଚେନ୍ନାଇ: 5ଟି ସହରରେ ଲଡଡାଉନ କଡାକଡି କରିବ ତାମିଲନାଡୁ । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ବୃଦ୍ଧିକୁ ଦୃଷ୍ଟିରେ ରଖି ତାମିଲନାଡୁ ରବିବାର ଠାରୁ ପାଞ୍ଚଟି ସହରରେ ଲକଡାଉନକୁ କଡାକଡି କରିବା ନେଇ ଘୋଷଣା କରିଛି ।
4 ଦିନ ତାମିଲନାଡୁର 5 ସହର ସଟଡାଉନ
କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ବୃଦ୍ଧିକୁ ଦୃଷ୍ଟିରେ ରଖି ତାମିଲନାଡୁ ରବିବାର ଠାରୁ ପାଞ୍ଚଟି ସହରରେ ଲକଡାଉନକୁ କଡାକଡି କରିବା ନେଇ ଘୋଷଣା କରିଛି ।
ତାମିଲନାଡୁରେ ବର୍ତ୍ତମାନ 1600ରୁ ଅଧିକ ଲୋକ କୋରୋନା ଆକ୍ରାନ୍ତ ଥିବାବେଳେ 20 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତେଣୁ ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପାଦୀ କେ ପାଲାନିସ୍ୱାମୀ କହିଛନ୍ତି ଯେ, ଚେନ୍ନାଇ, ମଦୁରାଇ ଏବଂ କୋଏମ୍ବାଟୁରରେ ରବିବାର ସଂନ୍ଧ୍ୟା 6ଟାରୁ ଚାରି ଦିନ ସମ୍ପୂର୍ଣ୍ଣ ସଟଡାଉନ କରାଯିବ । ଯାହା ବୁଧବାର ରାତି 9 ଟାରୁ ଯାଏଁ ରହିବ । ଏଥିସହ ତିରୁପୁର ଏବଂ ସାଲେମରେ ତିନି ଦିନ ପାଇଁ ପ୍ରତିବନ୍ଧକ ଜୋରଦାର କରାଯିବ । ଯାହା ରବିବାର ସକାଳ 6 ଟାରୁ ମଙ୍ଗଳବାର ରାତି 9 ଟା ପର୍ଯ୍ୟନ୍ତ ଲାଗୁ ହେବ ବୋଲି ପାଲାନିସ୍ୱାମୀ କହିଛନ୍ତି।
ଏହି କଡାକଡି ଲକଡାଉନ ମଧ୍ୟରେ ଲୋକମାନେ ଗ୍ରୋସରୀ ଦୋକାନ ଏବଂ ପନିପରିବା କିଣିବା ପାଇଁ ମଧ୍ୟ ନିଜ ଘରୁ ବାହାରକୁ ଯାଇପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ପନିପରିବା ଏବଂ ଫଳ ମୋବାଇଲ୍ ଆଉଟଲେଟ୍ ମାଧ୍ୟମରେ ସେମାନଙ୍କ ଘରକୁ ପହଞ୍ଚାଇ ଦିଆଯିବ । ସଟଡାଉନ ସମୟରେ କେବଳ ସରକାରୀ ଚାଳିତ ଆମ୍ମା କ୍ୟାଣ୍ଟିନ, ଏଟିଏମ୍, ଡାକ୍ତରଖାନା, ଲ୍ୟାବ, ଫାର୍ମାସି ଏବଂ ଆମ୍ବୁଲାନ୍ସ ଭଳି ସହଯୋଗୀ ସେବା କାର୍ଯ୍ୟକ୍ଷମ ହେବ ।