ଓଡିଶା

odisha

ETV Bharat / bharat

ବ୍ୟାପିଲାଣି କୋରାନା; ଦିଲ୍ଲୀ, ମଧ୍ୟପ୍ରଦେଶ-ଛତିଶଗଡରେ ସଂକ୍ରମିତ ଚିହ୍ନଟ

ଚୀନରୁ ବ୍ୟାପୁଥିବା କୋରୋନା ଭାଇରସକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଭୟଭୀତ ଅବସ୍ଥାରେ ଅନେକ ରାଷ୍ଟ୍ର। ଏବେ ଏହି ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଲାଣି। ମୁମ୍ବାଇ, ରାଜସ୍ଥାନ, ମୋହାଲି, ଓ ବିହାର ପରେ ଏବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଏହି ଭୂତାଣୁ ସଂକ୍ରମିତ ତିନି ଜଣଙ୍କ ଚିହ୍ନଟ କରାଯାଇଛି। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jan 28, 2020, 12:42 PM IST

ନୂଆଦିଲ୍ଲୀ: ଚୀନରୁ ବ୍ୟାପୁଥିବା କୋରୋନା ଭାଇରସକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଭୟଭୀତ ଅବସ୍ଥାରେ ଅନେକ ରାଷ୍ଟ୍ର। ଏବେ ଏହି ଭାଇରସ ଧିରେ ଧିରେ ଭାରତରେ ପାଦ ଥାପଲାଣି। ମାରାତ୍ମକ ଭାଇରସ ନିଜ ପ୍ରଭାବ ଭାରତରେ ପ୍ରାରମ୍ଭ ହେଲାଣି। ମୁମ୍ବାଇ, ରାଜସ୍ଥାନ, ମୋହାଲି, ମଧ୍ୟପ୍ରଦେଶ ଓ ବିହାର ପରେ ଏବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏହି ଭୂତାଣୁରେ ସଂକ୍ରମିତ 3 ଜଣଙ୍କୁ ଚିହ୍ନଟ କରାଯାଇଛି।


ଏହି ଭୂତାଣୁରେ ଆକ୍ରାନ୍ତିତ ସନ୍ଦିଗ୍ଧଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ (ଆରଏମଏଲ) ଭର୍ତ୍ତି କରାଯାଇଛି। କୋରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ଆରଏମଏଲ ହସ୍ପିଟାଲ ମୁଖ୍ୟ ସେଣ୍ଟର ରହିବ। ଆରଏମଏଲ ହସ୍ପିଟାଲରେ କୋରୋନା ଭାଇରସରେ ସଂକ୍ରମିତଙ୍କୁ ଏହି ସ୍ଥାନରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦିଆଯିବ।

ଡିଜାଇନ ଫଟୋ

ଆରଏମଏଲ ହସ୍ପିଟାଲରେ ସନ୍ଦିଗ୍ଧ ଭାଇରସ ସଂକ୍ରମିତଙ୍କୁ ଭର୍ତ୍ତି କରାଯାଇଛି। ହସ୍ପିଟାଲ ପକ୍ଷରୁ ଏହି ତିନି ବ୍ୟକ୍ତି କିଛି ଦିନ ପୂର୍ବରୁ ଚୀନରୁ ଭାରତ ଆସି ଚିକିତ୍ସା ପାଇଁ ହସ୍ପିଟାଲ ଆସିଛନ୍ତି।

ଆରଏମଏଲର ଚିକିତ୍ସା ଅଧିକ୍ଷିକା ଡା.ମିନାକ୍ଷୀ ଭରଦ୍ବାଜ ହସ୍ପିଟାଲରେ କୋରୋନା ଭାଇରସ 3 ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିବା ପରେ ତିନି ଜଣ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜଣାଇଛନ୍ତି।

ସେହିପରି ଚୀନର ହୁଆନ ସହରରେ ରହି ଏମବିଏ କରୁଥବା ମଧ୍ୟପ୍ରଦେଶର ଉଜ୍ଜୈନର ଯୁବକ ଭାରତ ଫେରିବା ପରେ ଭାରେ ଥଣ୍ଡା କାଶ ଲାଗିରହିଥିବାରୁ ତାଙ୍କୁ ମାଧବ ନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏବେ ଏକ ଡାକ୍ତରୀ ଦଳର ସ୍ବତନ୍ତ୍ର ତତ୍ତ୍ବାବଧାନରେ ସେ ଚିକିତ୍ସିତ ହେଉଛନ୍ତି।


ଚୀନରୁ ଆରମ୍ଭ କରି ଅନେକ ରାଷ୍ଟ୍ରକୁ ବ୍ୟାପିବାରେ ଲାଗିଥିବା ଏହି ଭାଇରସର ଶିକାର ହୋଇ 106 ଜଣ ପ୍ରାଣ ହରାଇଥିବା ବେଳେ1300ରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ରହିଛନ୍ତି। ଏହି ଭାଇରସ ଭୟରେ ଏବେ ଭାରତରେ ପହଞ୍ଚି ସାରିଲାଣି। ସୋମବାର ଭାରତ ସରକାର ଚୀନର ବୁହାନ ସହରରେ ଫସିଥିବା ୨୫୦ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ABOUT THE AUTHOR

...view details