ଓଡିଶା

odisha

ETV Bharat / bharat

କୋରୋନାରୁ ବଞ୍ଚାଇବେ ଘୋଡା, ICMR କୁ ମିଳିଲା ଆଣ୍ଟିସେରା ଟ୍ରାଏଲ ପାଇଁ ମଞ୍ଜୁରୀ - antibodies treatment

'ଆଣ୍ଟିସେରା' ଟେଷ୍ଟର କ୍ଲିନିକାଲ ଟ୍ରାଏଲ ନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)କୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ମଞ୍ଜୁରୀ ଦେଇସାରିଛନ୍ତି।

ଆଣ୍ଟିସେରା ଟ୍ରାଏଲ ପାଇଁ ମଞ୍ଜୁରୀ
ଆଣ୍ଟିସେରା ଟ୍ରାଏଲ ପାଇଁ ମଞ୍ଜୁରୀ

By

Published : Oct 7, 2020, 4:52 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ଚିକିତ୍ସାରେ ସହାୟାକ ହେବ 'ଆଣ୍ଟିସେରା' ଟେଷ୍ଟ । ଯାହାର କ୍ଲିନିକାଲ ଟ୍ରାଏଲ ନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)କୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ମଞ୍ଜୁରୀ ଦେଇସାରିଛନ୍ତି। ଆଇସିଏମଆର ଅଧିକାରୀମାନେ କହିଛନ୍ତି ଯେ, ଘୋଡାମାନଙ୍କ ଶରୀରରେ ଥିବା Sars-Cov-2 (ଭାଇରସ)ର ଇଞ୍ଜେକ୍ସନ ଦେଇ 'ଆଣ୍ଟିସେରା'କୁ ବିକଶିତ କରାଯାଇଛି।

ଯାହାକୁ ନେଇ ଆଇସିଏମଆରର ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ ମଙ୍ଗଳବାର ଏକ ପ୍ରେସ କନଫେନ୍ସରେ ଏନେଇ ସୂଚନା ଦେଇସାରିଛନ୍ତି । ସେ କହିଛନ୍ତି ଯେ, 'ଆଣ୍ଟିସେରା'ର ବିକାଶ ଆଇସିଏମଆର ପକ୍ଷରୁ ହାଇଦ୍ରାବାଦସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ବାୟୋଲୋଜିକାଲ ଇ. ଲିମିଟେଡ ସହ ମିଶି ବିକଶିତ କରାଯାଇଛି ।

କ'ଣ ଏହି ଆଣ୍ଟିସେରା ?

ଏହା ହେଉଛି ଏକପ୍ରକାର ବ୍ଲଡ ସିରମ । ଯାହା ଘୋଡାଙ୍କ ଠାରେ ଦେଖାଯାଏ । ଯେଉଁଥିରେ କୌଣସି ଏକ ରୋଗବ୍ୟାଧି ସହ ଲଢିବାକୁ କ୍ଷମତା ରଖୁଥିବା ଆଣ୍ଟିବଡିର ମାତ୍ରା ଅଧିକ ରହିଥାଏ । ଏହା କୌଣସି ଏକ ସଂକ୍ରମଣରୁ ଲଢିବାକୁ ରୋଗ ପ୍ରତିରୋଧକ କ୍ଷମତାକୁ ତତ୍କାଳ ବୃଦ୍ଧି କରିବାକୁ ମନୁଷ୍ୟଙ୍କୁ ଏହା ଇନଞ୍ଜେକସନ ମାଧ୍ୟମରେ ଦିଆଯାଇଥାଏ ।

ଅନ୍ୟପଟେ ଆଇସିଏମଆର ଏହା ପୂର୍ବରୁ ମଧ୍ୟ ନିଜର ଏକ ବୟାନରେ କହିଥିଲା ଯେ, କୋଭିଡ-19 ସହ ଲଢି ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ଲାଜମା ମଧ୍ୟ ଚିକିତ୍ସାରେ ଅନେକ ସହାୟକ ହୋଇଥାଏ । ହେଲେ ଆଣ୍ଟିବଡି କ୍ଷେତ୍ରରେ ଏହା ରୋଗୀ ଠାରୁ ଅନ୍ୟ ରୋଗୀଙ୍କ କ୍ଷେତ୍ରରେ ଭିନ୍ନ ହୋଇଥାଏ ।

ABOUT THE AUTHOR

...view details