ଓଡିଶା

odisha

କୋରୋନା ସଚେତନତା: ହାଇଦ୍ରାବାଦ ପୋଲିସ ଦେଖାଉଛି ହାତ ଧୋଇବାର ସଠିକ ଉପାୟ

By

Published : Mar 19, 2020, 5:05 PM IST

ତେଲେଙ୍ଗାନା ଟ୍ରାଫିକ ପୋଲିସ ଏକ ନିଆରା ପଦ୍ଧତି ଆପଣେଇଛି । ଟ୍ରାଫିକରେ ସାଧାରଣ ଲୋକଙ୍କୁ କିଭଳି ହାତ ସଫା କରାଯିବ ସେ ନେଇ ବୁଝାଉଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ହାଇଦ୍ରାବାଦ: ସାରା ବିଶ୍ବରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା170ରେ ପହଞ୍ଚିଛି । । କୌଣସି ପ୍ରକାର ଔଷଧ ବଜାରରେ କୋରୋନାକୁ ପ୍ରତିହତ କରିବା ପାଇଁ ବାହାରି ନାହିଁ । ଏପରିସ୍ଥଳେ କେବଳ କୋରୋନା ପ୍ରତିରୋଧ ପାଇଁ ସ୍ବଚ୍ଛତା, ସାବଧାନତା ଓ ହାତ ସଫା କରିବା ପାଇଁ ପରାମର୍ଶ ଦିଆଯାଉଛି । ଏହି ସମୟରେ ତେଲେଙ୍ଗାନା ଟ୍ରାଫିକ ପୋଲିସ ଏକ ନିଆରା ପଦ୍ଧତି ଆପଣେଇଛି । ଟ୍ରାଫିକରେ ସାଧାରଣ ଲୋକଙ୍କୁ କିଭଳି ହାତ ସଫା କରାଯିବ ସେ ନେଇ ବୁଝାଉଛନ୍ତି ।

ଭିଡିଓ ସୌଜନ୍ୟ: ଟ୍ବିଟର@RachakondaCop

ରଚାକୋଣ୍ଡା ପୋଲିସ ଏକ ଭିଡିଓ ଜାରି କରିଛି । ଯେଉଁଥିରେ ଟ୍ରାଫିକ ପୋଲିସ କର୍ମଚାରୀମାନେ କିପରି ହାତ ଧୋଇବେ ତାହା ଲୋକଙ୍କୁ କହୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି ।

ଲୋକଙ୍କୁ ସଚେତନ କରାଇବା ପାଇଁ WHO ସେଫ୍ ହ୍ୟାଣ୍ଡସ୍ ଚ୍ୟାଲେଞ୍ଜ ମଧ୍ୟ ଆରମ୍ଭ କରିଛି | ଡାକ୍ତରମାନେ କହିଛନ୍ତି ଯେ ଏହି ଭୂତାଣୁ ବିସ୍ତାର ନହେବା ସରଳ ଉପାୟ ଆମେ ଆମର ହାତକୁ ସଫା ରଖିବା ବୋଲି ପରାମର୍ଶ ଦେଉଛନ୍ତି । ହାତକୁ 20 ସେକେଣ୍ଡ ପାଇଁ ସାବୁନରେ ଧୋଇବା ଉଚିତ୍ | ଆହୁରି ମଧ୍ୟ, ଲୋକମାନେ ହାତ ମିଳାଇବା ଠାରୁ ଦୂରେଇ ରହିବା ଉଚିତ ପରାମର୍ଶ ଦିଆଯାଉଛି । ଅନ୍ୟପଟେ ଘରୁ ବାହାରକୁ ଯିବା, ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ସଦ୍ୟ ସୂଚନା ଅନୁଯାୟୀ ସମଗ୍ର ବିଶ୍ବରେ କୋରୋନା ସଂକ୍ରମିତ ସଂଖ୍ୟା 221568 ରହିଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା 8999ରେ ପହଞ୍ଚିଛି । ଏହାସହ ଏହି କୋରାନର କବଳରୁ 85786ଲୋକ ଆରୋଗ୍ୟ ହୋଇଛନ୍ତି । ବିଶ୍ବର 170ରୁ ଉର୍ଦ୍ଧ୍ବ ଦେଶରେ କୋରୋନାର ଆତଙ୍କ ଜାରି ରହିଛି ।

ABOUT THE AUTHOR

...view details