ବାରାଣାସୀ: କୋରୋନା ଯୋଗୁଁ ବାରଣାସୀ ଘାଟ ବ୍ୟବସାୟୀଙ୍କ ବୁଡେଇଲା ଜୀବିକା । କୋରୋନା ଭାଇରସ ଭୟ ଯୋଗୁଁ ଖାଲି ପଡିଛି ବାରଣାସୀ ଘାଟ । ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି ଘାଟରେ ରୋଜଗାର କରୁଥିବା ଛୋଟ ବ୍ୟବସାୟୀ। ଘାଟକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁନଥିବା ରୁ ପ୍ରାୟ 50,000 ପରିବାର ଅସୁବିଧାରେ ପଡ଼ିଛନ୍ତି।
ସାଧାରଣ ଦିନରେ ବାରଣାସୀ ଘାଟରେ ଶତାଧିକ ପର୍ଯ୍ୟଟକ ଓ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ କୋରୋନା ଯୋଗୁଁ ଘାଟର ବ୍ୟବସାୟ ଘଟିଛି । କୋରୋନା ଭୟ ହେତୁ ଆଜିକାଲି କେବଳ ଅଳ୍ପ ଲୋକ ଘାଟ ପରିଦର୍ଶନ କରୁଛନ୍ତି ବୋଲି ସ୍ଥାନୀୟ ବ୍ୟବସାୟୀ ବ୍ରାହ୍ମଣାନନ୍ଦ ରାୟ କହିଛନ୍ତି।