ଓଡିଶା

odisha

ETV Bharat / bharat

ସାବଧାନ୍ ! ଆଖିକୁ ଆଟାକ୍ କରୁଛି କୋରୋନା ଭାଇରସ - କୋରୋନା ଭାଇରସ

ଭାରତର କିଛି ଚକ୍ଷୁ ଚିକିତ୍ସା ବିଶେଷଜ୍ଞମାନେ ଜୋର ଦେଇଛନ୍ତି ଯେ ଏହି କୋରୋନା ମଧ୍ୟ ଆଖିରେ ବିସ୍ତାର କରିପାରେ, ତେଣୁ ଏହାର ସଂକ୍ରମଣ ରୋକିବା ପାଇଁ କଣ୍ଟାକ୍ଟ ଲେନ୍ସ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ୍।

coronavirus
ସାବଧାନ୍ ! ଆଖିକୁ ଆଟାକ୍ କରୁଛି କୋରୋନା ଭାଇରସ

By

Published : Apr 22, 2020, 12:36 PM IST

କୋରୋନା ଭାଇରସ୍ ମହାମାରୀ ବିରୁଦ୍ଧରେ ପ୍ରତିଷେଧକ ବ୍ୟବସ୍ଥା ଭାବରେ ଫେସ୍ ମାସ୍କ ଏବଂ ହ୍ୟାଣ୍ଡ୍ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ତେବେ ଭାରତର କିଛି ଚକ୍ଷୁ ଚିକିତ୍ସା ବିଶେଷଜ୍ଞମାନେ ଜୋର ଦେଇଛନ୍ତି ଯେ ଏହି ଜୀବାଣୁ ମଧ୍ୟ ଆଖିରେ ବିସ୍ତାର କରିପାରେ, ତେଣୁ ଏହାର ସଂକ୍ରମଣ ରୋକିବା ପାଇଁ କଣ୍ଟାକ୍ଟ ଲେନ୍ସ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ୍।

ତେଣୁ ଚଷମା ପିନ୍ଧିବା ଏବଂ ଆଖିରେ ଭଲ ଯତ୍ନ ନେବା ଆବଶ୍ୟକ ରହିଛି। ଯାହା ଆଖିରେ ଜୀବାଣୁ ପ୍ରବେଶ କରିବାର କମ ଆଶଙ୍କା ଥାଏ। କୋଭିଡ୍ 19ର ଏକ ବିରଳ ଦୃଶ୍ୟ ହେଉଛି କଞ୍ଜକଟିଭିଟିସ୍। ବେଳେବେଳେ, ରୋଗୀମାନଙ୍କର ଜ୍ୱର, ଥଣ୍ଡା, କାଶ କିମ୍ବା ସାମାନ୍ୟ କଞ୍ଜୁକଟିଭାଇଟିସ୍ ବ୍ୟତୀତ ଅନ୍ୟ କୌଣସି ଲକ୍ଷଣ ନ ଥାଇପାରେ । ଯାହାଫଳରେ ସ୍ୱାଦ ଓ ଗନ୍ଧ ବାରି ପାରନ୍ତି ନାହିଁ।

ଏକ ଅଧ୍ୟୟନରେ କୁହାଯାଇଛି ଯେ ଚାଇନାର 30 ଟି ବିଭିନ୍ନ ଡାକ୍ତରଖାନାର 1,099 ରୋଗୀଙ୍କ ମଧ୍ୟରୁ ନଅ ଜଣଙ୍କର “କଞ୍ଜକ୍ଟିଭାଲ୍ ସମସ୍ୟା” ରହିଛି। ତେଣୁ କୋରୋନାଭାଇରସ ମହାମାରୀ ସମୟରେ ଚକ୍ଷୁ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଖିକୁ ଘଷନ୍ତୁ ନାହିଁ, କଣ୍ଟାକ୍ଟ ଲେନ୍ସ ପିନ୍ଧନ୍ତୁ ନାହିଁ । ଯେଉଁମାନେ କଣ୍ଟାକ୍ଟ ଲେନ୍ସ ପିନ୍ଧନ୍ତି ସେମାନଙ୍କ ଆଖି ଘଷିବା ପ୍ରବୃତ୍ତି ଥାଏ, ଯାହା ଆଖିରେ ଜୀବାଣୁ ପ୍ରବେଶ କରିବାକୁ ଦେଇଥାଏ । ଏଥିପ୍ରତି ସତର୍କ ରୁହନ୍ତୁ।

ABOUT THE AUTHOR

...view details