ଓଡିଶା

odisha

By

Published : Jun 4, 2020, 4:48 PM IST

ETV Bharat / bharat

କୋରୋନା ଯୋଦ୍ଧାଙ୍କୁ କୋରୋନା: ତେଲେଙ୍ଗାନାରେ 31 ଡାକ୍ତର ସଂକ୍ରମିତ

ବୁଧବାର ତେଲେଙ୍ଗାନାରେ ଏକକାଳୀନ 31 ଡାକ୍ତରଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି । ଏହାସହ 3 ଜଣ ଲ୍ୟାବ ଟେକ୍ନିସିଆନ ମଧ୍ୟ କୋରୋନା ସଂକ୍ରମିତ ରହିଛନ୍ତି ।

Coronavirus fright
Coronavirus fright

ହାଇଦ୍ରାବାଦ: ଦେଶରେ କୋରୋନା ମହାମାରୀ ସମୟରେ କୋରୋନା ଯୋଦ୍ଧାଙ୍କୁ କୋରୋନା ହେବା ଅତ୍ୟନ୍ତ ଚିନ୍ତାଜନକ ହେବାରେ ଲାଗିଛି । ବୁଧବାର ତେଲେଙ୍ଗାନାରେ ଏକକାଳୀନ 31 ଡାକ୍ତରଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି । ଏହାସହ 3 ଜଣ ଲ୍ୟାବ ଟେକ୍ନିସିଆନ ମଧ୍ୟ କୋରୋନା ସଂକ୍ରମିତ ରହିଛନ୍ତି ।

ଏକାସାଙ୍ଗରେ ଏତେ ସଂଖ୍ୟକ ଡାକ୍ତର କୋରୋନା ଆକ୍ରାନ୍ତ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏକ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡକାଇଛନ୍ତି । ଏହାର ପ୍ରତିକାର ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ ଏହି ବୈଠକର ମୂଳ ଲକ୍ଷ୍ୟ ରହିଥିଲା ।

ଗାନ୍ଧୀ ହସ୍ପିଟାଲ, ଓସମାନିଆ ଜେନେରାଲ୍ ହସ୍ପିଟାଲ୍ (OGH), ନିଜାମସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (NIMS) ମର୍ଡର୍ଣ୍ଣ ସରକାରୀ ପ୍ରସୂତି ଚିକିତ୍ସାଳୟ (MGMH) ପେଟଲାବୁରଜରେ କାର୍ଯ୍ୟରତ ସମସ୍ତ ଡାକ୍ତର କୋରୋନା ସଂକ୍ରମିତ ହୋଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ତେଲେଙ୍ଗାନାରେ ବୁଧବାର 129 ଟି ନୂଆ କୋଭିଡ -19 ମାମଲା ରିପୋର୍ଟ ହୋଇଥିଲା । ଏହାସହ ରାଜ୍ୟରେ ସାତଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ମାମଲା 3,020 ଏବଂ ମୃତ୍ୟୁ ସଂଖ୍ୟା 99ରେ ପହଞ୍ଚିଛି ।

ସେହିପରି ବୁଧବାର 30 ଜଣ ଡିସଚାର୍ଜ ହୋଇଥିବା ବେଳେ ମୋଟ ଡିସଚାର୍ଜ ସଂଖ୍ୟା 1,556 ରେ ପହଞ୍ଚିଛି । ବର୍ତ୍ତମାନ ଡାକ୍ତରଖାନାରେ ପଜେଟିଭ ରୋଗୀଙ୍କ ସଂଖ୍ୟା 1365ରେ ରହିଛି ।

ABOUT THE AUTHOR

...view details