ଓଡିଶା

odisha

ETV Bharat / bharat

ଯବାନଙ୍କ ଠାରେ କୋରୋନା ଭୁତାଣୁ - କୋରୋନା ଭୁତାଣୁ

ପ୍ରଥମଥର ପାଇଁ ଭାରତୀୟ ସେନାର ଯବାନଙ୍କ ଠାରେ କୋରୋନା ପଜିଟିଭ ଥିବା ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ..

Coronavirus
Coronavirus

By

Published : Mar 18, 2020, 2:12 PM IST

ଲଦାଖ: ମାରାତ୍ମକ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ଯବାନ । ପ୍ରଥମଥର ପାଇଁ ଭାରତୀୟ ସେନାର ଯବାନଙ୍କ ଠାରେ କୋରୋନା ପଜିଟିଭ ଥିବା ରିପୋର୍ଟ ପ୍ରକାଶ ପାଇଛି ।

ଯବାନଙ୍କ ଠାରେ କୋରୋନା ଭୁତାଣୁ

ଲଦାଖରେ ଆଜି ଦୁଇ ଜଣଙ୍କ ନିକଟରେ କୋରୋନା ଭୁତାଣୂ ପଜିଟିଭ ଥିବା ଜଣାପଡ଼ିଥିଲା । ଯେଉଁଥିରେ ଉକ୍ତ ଯବାନ ମଧ୍ୟ ସାମିଲ ରହିଛନ୍ତି । କିଛି ଦିନ ତଳେ ଯବାନଙ୍କ ପିତା ବିଦେଶ ପରିଭ୍ରମଣରେ ଯାଇଥିଲେ । ସେହି ସମୟରେ ଉକ୍ତ ଯବାନ ମଧ୍ୟ ଛୁଟିରେ ରହିଥିବା ବେଳେ ପିତାଙ୍କ ସହ ସଂସ୍ପର୍ଶରେ ଆସିଥିଲେ ।

ରିପୋର୍ଟ ଆସିବା ପରେ ଲଦାଖ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଆଇସୋଲେସନ ରୁମରେ ରଖା ଯିବା ସହ ସ୍ବାସ୍ଥ୍ୟ ପରିକ୍ଷା ଜାରି ରହିଥିବା ସୂଚନା ଦେଇଛି ପ୍ରଶାସନ ।

ବ୍ୟୁରୋ ରିପୋର୍ଟ

ABOUT THE AUTHOR

...view details