ଓଡିଶା

odisha

ETV Bharat / bharat

କୋରୋନା ଇଫେକ୍ଟ: ଏହି ରାଜ୍ୟରେ ଆରମ୍ଭ ହେଲା ପୋଷ୍ଟାଲ ଯୋଗେ ଆମ୍ବ, ଲିଚି ଅର୍ଡର - ପୋଷ୍ଟାଲ ଯୋଗେ ଲିିଚି ଅର୍ଡର

ବିହାର ପୂର୍ବାଞ୍ଚଳ ଡାକ ବିଭାଗର ଜେନେରାଲ ମୁଖ୍ୟ ଅନିଲ କୁମାର କହିଛନ୍ତି ଯେ ବିହାର ଡାକ ବିଭାଗ ଏବଂ ଉଦ୍ୟାନ କୃଷି ବିଭାଗ ମଧ୍ୟରେ ମୁଜାଫରପୁରର "ଶାହି ଲିଚି" ଏବଂ ଭାଗଲପୁରର "ଜର୍ଦାଲୁ ଆମ୍ବ" ଘରକୁ ଘର ବିତରଣ ପାଇଁ ଏକ ଚୁକ୍ତିନାମା ହୋଇଛି ।

postman will diliver mango
କୋରୋନା ଇଫେକ୍ଟ: ଏହି ରାଜ୍ୟରେ ଆରମ୍ଭ ହେଲା ପୋଷ୍ଟାଲ ଯୋଗେ ଆମ୍ବ, ଲିଚି ଅର୍ଡର

By

Published : May 28, 2020, 11:13 PM IST

ପାଟନା: ବିହାରରେ ପୋଷ୍ଟ ବିଭାଗ ଏବଂ ଉଦ୍ୟାନ ବିଭାଗ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ରାଜ୍ୟର ଲୋକମାନେ ବର୍ତ୍ତମାନ ମୁଜାଫରପୁରର ଶାହି ଲିଚି ଏବଂ ଭାଗଲପୁରର ଜର୍ଦାଲୁ ଆମ୍ବକୁ ଘରୁ ଅନଲାଇନରେ ଅର୍ଡର କରିପାରିବେ । ବର୍ତ୍ତମାନ ପୋଷ୍ଟମ୍ୟାନ ଘରେ ଆମ୍ବ ଏବଂ ଲିଚି ପହଞ୍ଚାଇବେ ।

ବିହାର ପୂର୍ବାଞ୍ଚଳ ଡାକ ବିଭାଗର ଜେନେରାଲ ମୁଖ୍ୟ ଅନିଲ କୁମାର କହିଛନ୍ତି ଯେ ବିହାର ଡାକ ବିଭାଗ ଏବଂ ଉଦ୍ୟାନ କୃଷି ବିଭାଗ ମଧ୍ୟରେ ମୁଜାଫରପୁରର "ଶାହି ଲିଚି" ଏବଂ ଭାଗଲପୁରର "ଜର୍ଦାଲୁ ଆମ୍ବ" ଘରକୁ ଘର ବିତରଣ ପାଇଁ ଏକ ଚୁକ୍ତିନାମା ହୋଇଛି ।

କୁମାର କହିଛନ୍ତି ଯେ ବିହାର ଉଦ୍ୟାନ କୃଷି ବିଭାଗର ୱେବସାଇଟରେ ଲୋକମାନେ ଅନଲାଇନରେ ଲିଚି ଏବଂ ଜର୍ଦାଲୁ ଆମ୍ବ ଅର୍ଡର କରିପାରିବେ । ସର୍ବନିମ୍ନ 2 କିଗ୍ରା ଲିଚି ଏବଂ ସର୍ବନିମ୍ନ 5 କିଲୋଗ୍ରାମ ଆମ୍ବ ଅର୍ଡର କରିପାରିବେ । ସେ କହିଛନ୍ତି ଯେ ଅନଲାଇନ୍ ମାଧ୍ୟମରେ ଏପର୍ଯ୍ୟନ୍ତ 4,400 କିଲୋଗ୍ରାମ ଲିଚିର ଅର୍ଡର ଗ୍ରହଣ କରାଯାଇଛି ଏବଂ ଏହା ବୁଧବାର ଠାରୁ ପଠାଇବା ଆରମ୍ଭ ହୋଇଛି ।

ଏହି ମାଧ୍ୟମରେ ପ୍ରାୟ 1000 କ୍ବିଣ୍ଟାଲ ପର୍ଯ୍ୟନ୍ତ ବାଣିଜ୍ୟ ହେବାର ଆଶା କରାଯାଉଛି । କୁମାର କହିଛନ୍ତି ଯେ ଅନଲାଇନ୍ ବୁକିଂ ଏବଂ ହୋମ ଡେଲିଭରି ସୁବିଧା ମାଧ୍ୟମରେ କୃଷକମାନଙ୍କ ପାଇଁ ଏକ ନୂତନ ବଜାର ଉପଲବ୍ଧ ହେବ, କୃଷକମାନେ ମଧ୍ୟ ଭଲ ଆୟ ପାଇବେ ଏବଂ ପ୍ରସିଦ୍ଧ ବ୍ରାଣ୍ଡ ଫଳଗୁଡ଼ିକ ଗ୍ରାହକଙ୍କ ନିକଟରେ କମ୍ ମୂଲ୍ୟରେ ଉପଲବ୍ଧ ହେବ ।

ମୁଜାଫରପୁରର ଶାହି ଲିଚି ଏବଂ ଭାଗଲପୁରର ଜର୍ଦାଲୁ ଆମ୍ବ ସେମାନଙ୍କର ସ୍ବତନ୍ତ୍ର ସୁଗନ୍ଧ ଏବଂ ସ୍ବାଦ ପାଇଁ ପ୍ରସିଦ୍ଧ ଏବଂ ଦେଶ ତଥା ବିଦେଶରେ ଏହାର ଚାହିଦା ଅଧିକ । ଦେଶରେ ଲକଡାଉନ ଥିବାରୁ ଲିଚି ଏବଂ ଆମ୍ବ ଚାଷୀମାନେ ସେମାନଙ୍କ ସାମଗ୍ରୀକୁ ବଜାରକୁ ଆଣିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଏବେ ଏହି ସୁବିଧାରେ ସେମାନେ ଲାଭବାନ ହେବାକୁ ଯାଉଛନ୍ତି ।

ABOUT THE AUTHOR

...view details