ଓଡିଶା

odisha

By

Published : Feb 15, 2020, 8:56 AM IST

ETV Bharat / bharat

କୋରୋନା ଭାଇରସ: ଗତ 24 ଘଣ୍ଟାରେ ଗଡିଲା 139 ମୁଣ୍ଡ

ଚୀନରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା 1600 ଟପିଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ 139 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

coronavirus
କୋରୋନା ଭାଇରସ

ବେଜିଂ: ଚୀନର ହୁୱାଇ ପ୍ରାନ୍ତରୁ ଉତ୍ପତି ହୋଇଥିବା କୋରୋନା ଭାଇରସର କୋହ ଥମିବାର ନାଁ ନେଉନାହିଁ । ଦେଶର ସ୍ବାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁଯାୟୀ, ଚୀନରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା 1600 ଟପିଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ 139 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି କୋରୋନା ଭାଇରସର କେନ୍ଦ୍ରସ୍ଥଳ ହୁୱାଇ ପ୍ରାନ୍ତରେ 2420 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏଥିସହ ଚୀନ୍‌ରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 67 ହଜାରକୁ ପହଞ୍ଚିଥିବାବେଳେ କେବଳ ହୁୱାଇ ପ୍ରାନ୍ତରେ ପ୍ରାୟ 54 ଜଣ ଆକ୍ରାନ୍ତ ଥିବା ଜଣାପଡିଛି ।

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କୋରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଛୁଇଁବ ବୋଲି ଆଶଙ୍କା କରାଯାଉଛି । ସେପଟେ ଏହି ସ୍ବାସ୍ଥ୍ୟ ସଙ୍କଟର ମୁକାବିଲା ପାଇଁ ଚୀନ୍‌ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଅନେକ ପଦକ୍ଷେପ ନେଇଛନ୍ତି । କିନ୍ତୁ ଲୋକଙ୍କୁ ଫଳପ୍ରଦ ଚିକିତ୍ସା ମିଳିପାରୁ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ABOUT THE AUTHOR

...view details