ପାଟନା: ବେଗୁସରାଇ ଏବଂ ନାଳନ୍ଦା ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଶନିବାର ବିହାରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 86 କୁ ବୃଦ୍ଧି ଘଟିଛି । ଶୁକ୍ରବାର ରାତିରେ ରାଜ୍ୟରେ ଦୁଇ ଜଣ କୋଭିଡ -19 ପଜିଟିଭ ମାମଲା ରିପୋର୍ଟ ହୋଇଥିଲା । ସେମାନେ ନାଲନ୍ଦା ଏବଂ ବେଗୁସରାଇ ଜିଲ୍ଲାର ଥିବାବେଳେ ଉଭୟେ କୋରୋନା ଭାଇରସ ସଂକ୍ରମିତଙ୍କ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।
ବିହାରରେ କୋରୋନା ଭାଇରସ ମାମଲା 86 କୁ ବୃଦ୍ଧି - ବିହାର କୋରୋନା ସଂଖ୍ୟା
ବେଗୁସରାଇ ଓ ନାଳନ୍ଦାରେ ଦୁଇ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ପରେ ବିହାରରେ ମୋଟ ମାମଲା 86 କୁ ବୃଦ୍ଧି ଘଟିଛି । ଅଧିକ ସୂଚନା ପାଇଁ ପଢନ୍ତୁ ...
ବିହାରରେ କରୋନାଭାଇରସ ମାମଲା 85 କୁ ବୃଦ୍ଧି
ସେମାନଙ୍କର ଭ୍ରମଣ ଇତିହାସ ଅନୁସନ୍ଧାନ କରାଯାଉଛି ବୋଲି କହିଛନ୍ତି ବିହାରର ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ସଞ୍ଜୟ କୁମାର କହିଛନ୍ତି । ଏପର୍ଯ୍ୟନ୍ତ ବିହାରରେ କୋଭିଡ -19 ରୁ ଦୁଇଟି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିଭଳି ରାଜ୍ୟର ସିୱାନରେ ସର୍ବାଧିକ 29, ମୁଙ୍ଗେରରେ 17, ପାଟନାରେ 6, ଗୟା ରେ 5, ବେଗୁସରାଇରୁ 9, ଗୋପାଳଗଞ୍ଜରୁ3, ନାଲନ୍ଦାରୁ 7, ବକ୍ସରରୁ 2 ଏବଂ ନୱାଡା, ସରଣ ଏବଂ ଲାଖସିଆରିରେ 3 ଜଣ ଲେଖାଁଏ ଏବଂ ଜଣେ ଲେଖାଏଁ ବୈଶାଲି ଓ ଭାଗଲପୁରରୁ କୋରୋନା ସଂକ୍ରମିତଙ୍କ ମାମଲା ରିପୋର୍ଟ ହୋଇଥିବା ଜଣାପଡିଛି ।
@IANS