ନୂଆଦିଲ୍ଲୀ: ଏବେ ସୁଦ୍ଧା ଭାରତରେ କୋରାନା ଆକ୍ରାନ୍ତଙ୍କ ସଂଖ୍ୟା 30ରେ ପହଞ୍ଚିଛି । ଗାଜିଆବାଦରେ ଜଣେ ବ୍ୟକ୍ତି ପଜେଟିଭ ଚିହ୍ନଟ ହେବା ପରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 30ରେ ପହଞ୍ଚିଛି । ମାର୍ଚ୍ଚ 4 ସୁଦ୍ଧା ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 29 ଥିବା କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ରାଜ୍ୟସଭାରେ ସୂଚନା ଦେଇଥିଲେ ।
ଦେଶରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମାର୍ଚ୍ଚ 5 ସୁଦ୍ଧା 30 - CORONAVIRUS CASES RISE TO 30 IN INDIA
ବିଶ୍ବକୁ ଗ୍ରାସ କରୁଛି କୋରୋନା ଭାଇରସ । ଚୀନରେ ଏବେ ସୁଦ୍ଧା 3200 ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଭାରତରେ ମଧ୍ୟ କାୟା ବିସ୍ତାର କରିବା ଆରମ୍ଭ କରିଦେଇଛି । ଗାଜିଆବାଦରେ ଜଣେ ବ୍ୟକ୍ତି ପଜେଟିଭ ଚିହ୍ନଟ ହେବାପରେ ମାର୍ଚ୍ଚ 5 ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 30କୁ ପହଞ୍ଚିଛି । ଅଧିକ ପଢନ୍ତୁ...
![ଦେଶରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମାର୍ଚ୍ଚ 5 ସୁଦ୍ଧା 30 aa](https://etvbharatimages.akamaized.net/etvbharat/prod-images/768-512-6302315-thumbnail-3x2-virus.jpeg)
ଦେଶରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମାର୍ଚ୍ଚ 5 ସୁଦ୍ଧା 30
ଏହାସହ ସେ କହିଛନ୍ତି ଯେ ପ୍ରତ୍ୟେକ ଦିନ ମୁଁ ନିଜେ ଏହା ବିଷୟରେ ସମୀକ୍ଷା କରୁଛି । ଏକ ମନ୍ତ୍ରୀ ଦଳ ମଧ୍ୟ ଏ ସମ୍ପର୍କରେ ମନିଟର କରୁଛନ୍ତି । ଜାନୁଆରୀ 17 ରୁ ଏପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ମାନ ନିଆଯାଇଛି । କୋରୋନା ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ଆରମ୍ଭ କରିଦେଇଛୁ । ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଏକ ସ୍ପେସିଆଲ ଟିମ ଗଠନ କରାଯାଇ ସମୀକ୍ଷା କରାଯାଉଛି ।
ଏଠାରେ ସୂଚନା ଥାଉ ଯେ, ଚୀନରେ କୋରୋନାରେ ମୃତ୍ୟୁ ସଂଖ୍ୟା 3200ରେ ପହଞ୍ଚିଲାଣି ।