ଇସଲାମବାଦ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ବିଶ୍ବର 120ଟି ଦେଶରେ କାୟା ବିସ୍ତାର କରିଥିବା ଏହି ଭାଇରସ ପାକିସ୍ତାନରେ ବର୍ତ୍ତମାନ ସୁଦ୍ଧା 18806 ଲୋକଙ୍କୁ ନିଜ କବଳିତ କରିଛି ।ଏଥିସହ ଏହି ଭାଇରସ କାରଣରୁ ପାକିସ୍ତାନରେ 432 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର ପାର, 432 ମୃତ
ବିଶ୍ବର 120ଟି ଦେଶରେ କାୟା ବିସ୍ତାର କରିଥିବା ଏହି ଭାଇରସ ପାକିସ୍ତାନରେ ବର୍ତ୍ତମାନ ସୁଦ୍ଧା 18806 ଲୋକଙ୍କୁ ନିଜ କବଳିତ କରିଛି ।ଏଥିସହ ଏହି ଭାଇରସ କାରଣରୁ ପାକିସ୍ତାନରେ 432 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ଡନ୍ର ତଥ୍ୟ ଅନୁଯାୟୀ, ପାକିସ୍ତାନର ପଞ୍ଜାବରୁ 6854 ମାମଲା, ସିନ୍ଧରୁ 7102 ମାମଲା, କେପିରୁ 2907 ଏବଂ ବାଲଚିସ୍ତାନରୁ 1172 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡା ପାକିସ୍ତାନରେ ଗତ 24 ଘଣ୍ଟା ମଧ୍ୟରେ 15 ଜଣ ଡାକ୍ତରଙ୍କ ସମେତ 18 ଜଣ ସ୍ୱାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ସେହିପରି ୟୁରୋପର ଇଟାଲୀ, ସ୍ପେନ୍ ଏବଂ ଫ୍ରାନ୍ସ ଭଳି ଦେଶରେ ମଧ୍ୟ କୋରୋନା ଭାଇରସ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ଏହି ଦେଶ ମାନଙ୍କରେ କୋରୋନା କାରଣରୁ ପ୍ରତ୍ୟେକ 23 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିପରି ଆମେରିକାରେ ମଧ୍ୟ କୋରୋନା କାରଣରୁ ପ୍ରତ୍ୟେକ ଦିନ 1000ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଉଥିବା ବେଳେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 67 ହଜାର ପାର କରିଛି ।