ନୂଆଦିଲ୍ଲୀ: ଭାରତରେ କୋରୋନା ସଙ୍କଟ ବଢିବା ସହ ଲୋକେ ଆତଙ୍କିତ ରହିଛନ୍ତି । ଏପରିସ୍ଥଳେ ଏକ ରିପୋର୍ଟ ଭୟକୁ ଦ୍ବିଗୁଣିତ କରିଛି । ରିସର୍ଚ୍ଚରଙ୍କ ଅଧ୍ୟୟନରୁ ଜଣାଯାଇଛି ଭାରତରେ କୋରୋନା ଭାଇରସ ମାମଲା ଜୁନ 21 ରୁ ଜୁନ 28 ମଧ୍ୟରେ ଶିଖରରେ ପହଞ୍ଚିପାରେ । ଅଧ୍ୟୟନ ପୂର୍ବାନୁମାନ କରିଛି ଯେ ଦୈନିକ ରିପୋର୍ଟ ଜୁନ୍ ମାସ ଶେଷ ସୁଦ୍ଧା ଦୈନିକ ପଜେଟିଭ ମାମଲା ପ୍ରାୟ 7000-7500 ରହିବ ବୋଲି ଆକଳନ କରାଯାଇଛି ।
କୋଲକାତାର ଯାଦବପୁର ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ନନ୍ଦଦୁଲାଲ ବୈରାଗୀ ପିଟିଆଇକୁ କହିଛନ୍ତି ଯେ ଜୁଲାଇ ଦ୍ବିତୀୟ ସପ୍ତାହରୁ ପ୍ରତିଦିନ କୋରୋନା ରିପୋର୍ଟ ହ୍ରାସ ହେବାର ସମ୍ଭାବନା ରହିଛି। ଭାରତ ସରକାରଙ୍କ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ (SERB) ଦ୍ବାରା ଅନୁମୋଦିତ ଏକ ଗାଣିତିକ ମଡେଲ ଉପରେ ଆଧାର କରି ଅଧ୍ୟୟନ କରାଯାଇଛି । ତଥ୍ୟ ପାଇଁ ଭାରତରେ କୋରୋନା ମହାମାରୀକୁ ବିଶ୍ଳେଷଣ ଏବଂ ପୂର୍ବାନୁମାନ କରିବା ପାଇଁ ଗାଣିତିକ ମଡେଲ ସହିତ ମେସିନ୍ ଲର୍ନିଙ୍ଗ ଆଲଗୋରିଦମ ବ୍ୟବହାର କରାଯାଇଛି | ବିଶ୍ଲେଷଣ ପାଇଁ ଡାଟା Covid19india.org/state ୱେବସାଇଟରୁ ଉଦ୍ଧୃତ କରାଯାଇଛି ।