ଓଡିଶା

odisha

ETV Bharat / bharat

ୟୁପିରେ 22ଟି ସହରର ରେଲୱେ କୋଚରେ ହେବ କୋଭିଡ କେୟାର ସେଣ୍ଟର - କୋଭିଡ କେୟାର ସେଣ୍ଟର

ୟୁପିର ରେଳୱେ କୋଚରେ ପ୍ରତିଷ୍ଠା ହେବ କୋଭିଡ କେୟାର ସେଣ୍ଟର । ଉତ୍ତରପ୍ରଦେଶର 22 ଟି ସହରରେ ରେଳ କୋଚରେ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ। ଏହି 22 ଟି ସହରର 25 ରେଳ ଷ୍ଟେସନର ୱାଶିଂ ଲାଇନ ନିକଟରେ ଏହି ଆଇସୋଲେସନ ସେଣ୍ଟର ସ୍ଥାପନ କରାଯିବ ।

covid centre
ୟୁପିର 22ଟି ସହରରେ ପ୍ରତିଷ୍ଠା ହେବ କୋଭିଡ କେୟାର ସେଣ୍ଟର

By

Published : Jun 12, 2020, 10:45 AM IST

ଲକ୍ଷ୍ନୌ: ୟୁପିର ରେଳୱେ କୋଚରେ ପ୍ରତିଷ୍ଠା ହେବ କୋଭିଡ କେୟାର ସେଣ୍ଟର । ଉତ୍ତରପ୍ରଦେଶର 22 ଟି ସହରରେ ରେଳ କୋଚରେ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ। ଏହି 22 ଟି ସହରର 25 ରେଳ ଷ୍ଟେସନର ୱାଶିଂ ଲାଇନ ନିକଟରେ ଏହି ଆଇସୋଲେସନ ସେଣ୍ଟର ସ୍ଥାପନ କରାଯିବ ।

ବାରଣାସୀର 3ଟି ଷ୍ଟେସନରେ ଏବଂ ଦେବରିଆରେ 2ଟି ଏହା ସ୍ଥାପନ ହେବ । ବାକି ସହରଗୁଡ଼ିକରେ କେବଳ ମୁଖ୍ୟ ରେଳ ଷ୍ଟେସନରେ ଏହା ରଖାଯିବ । ତେବେ 13 ତାରିଖ ସୁଦ୍ଧା ରେଳ ବୋର୍ଡ ସମ୍ମୁଖରେ ପ୍ରସ୍ତୁତିର ରିପୋର୍ଟ ଉପସ୍ଥାପିତ କରାଯିବ ।

ଏହି ରେଳ କୋଭିଡ କେୟାର ସେଣ୍ଟରରେ 10ଟି ନନ୍ ଏସି ଜେନେରାଲ କୋଚ୍ ରହିଛି | ପ୍ରତ୍ୟେକ କୋଚରେ 16 ଜଣ ରୋଗୀ ରହିବେ। ରୋଗୀମାନଙ୍କୁ 8ଟି କୋଚରେ ରଖାଯିବ । ଆଉ ଏକ କୋଚରେ ମେଡିକାଲ ଷ୍ଟାଫ୍ ରହିବେ । ଏହିଭଳି ଗୋଟିଏ ସେଣ୍ଟରରେ 160 ରୋଗୀଙ୍କ ପାଇଁ ଶଯ୍ୟା ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ କୋଚରେ ଏକ ଅକ୍ସିଜେନ ସିଲିଣ୍ଡର ମଧ୍ୟ ରହିବ । ବାକି ଚିକିତ୍ସା ଉପକରଣ, କର୍ମଚାରୀ ଏବଂ ସୁବିଧା ରାଜ୍ୟ ସରକାର ଲାଗୁ କରିବେ।

ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ରେଳ କୋଚ୍ କୋଭିଡ କେୟାର ସେଣ୍ଟରରେ 3ଟି ଏସି କୋଚ୍ ସ୍ୱତନ୍ତ୍ର ଭାବେ ସ୍ଥାପନ କରାଯାଇଛି। ପ୍ରତି 5ଟି କୋଚ୍ ପରେ ଏକ ଏସି କୋଚ ଲଗାଯାଇଛି । ଏହିଭଳି ମୋଟ 13 ଟି କୋଚ ରହିଛି ।

ତେବେ ମୁଗଲସରାଇ, ଝାନସୀ, ଗୋରଖପୁର, ବାରଣାସୀ ସହର, ଗୋଣ୍ଡା, ବରେଲି ସହର, ମଣ୍ଡୁଆଡିହ, ବାରାଣାସୀ, ବରେଲି ଜଙ୍କସନ, ସାହାରନପୁର, ଚୋପନ, ନଜୀବାବାଦ, ବାଲିଆ, ମଉ, ଫୈଜାବାଦ, ଗାଜୀପୁର ସହର, ଆଜମଗଡ, ନୌନନବା, ଫାରୁଖବାଦ୍, ଭଟନୀ, , ଦେବରିୟା, ମିର୍ଜାପୁର, ଭଦୋହି, ବହରାଇଚ୍ ଏବଂ କାସଗଞ୍ଜ ରେଳ ଷ୍ଟେସନରେ ରେଳ କୋଚ୍ କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯିବ।

ପ୍ରକାଶ ଥାଉକି, ରେଳୱେରେ ଏହି କୋଭିଡ୍ କେୟାର ସେଣ୍ଟରର ପ୍ରଥମ ଦାବି ଦିଲ୍ଲୀ ସରକାର କରିଥିଲେ। ବର୍ତ୍ତମାନ ଉତ୍ତରପ୍ରଦେଶ ଦେଶର ଏହି କୋଭିଡ କେୟାର ସେଣ୍ଟରଗୁଡ଼ିକର ସର୍ବାଧିକ ଦାବି କରିଥିବା ରାଜ୍ୟ ପାଲଟିଛି ।

ABOUT THE AUTHOR

...view details