ମୁମ୍ବାଇ: ସାରା ବିଶ୍ବରେ ହାହାକାର ମଚାଇଛି ଚୀନରୁ ଆସିଥିବା କୋରୋନା ଭାଇରସ । ଏନେଇ ସମସ୍ତେ ଚିନ୍ତାରେ । ଅନେକଙ୍କ ଜୀବନ ମଧ୍ୟ ନେଲାଣି ଏହି ମହାମାରୀ ।
ତେବେ ଏନେଇ ଦକ୍ଷିଣ ମୁମ୍ବାଇର ୱର୍ଲି ବାସିନ୍ଦା କୋରାନାର ଏକ କୁଶପୁତ୍ତଳିକା ଦାହ କରିଛନ୍ତି । ମଙ୍ଗଳବାର ରାତିରେ ମୁମ୍ବାଇରେ ହୋଲି ଉତ୍ସବରେ ଜଳିଛି "କୋରୋନାସୁର" । ସେମାନେ ଏହାକୁ "କୋରୋନା-ସୁର" (କରୋନା-ଭୂତ) ନାମରେ ନାମିତ କରିଥିଲେ । ଏହାସହ ସେମାନେ ଏହାର କଶପୁତ୍ତଳିକା ମଧ୍ୟ ଦାହ କରିଥିଲେ ।