ଡେରାଡୁନ: ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ଡେରାଡୁନରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 4ରେ ପହଞ୍ଚିଛି ।
ରାଜପୁର ରୋଡ ସ୍ଥିତ ହୋଟେଲ ଫୋର ପଏଣ୍ଟରେ ରହିଥିବା ଏକ ମହିଳାଙ୍କ ରକ୍ତନମୁନା ପଜିଟିଭ ଆସିଛି । କୋରୋନା ସଂକ୍ରମିତ ମହିଳା ଜଣକ କିଛି ଦିନ ତଳେ ସ୍ପେନରୁ ଭାରତକୁ ଫେରିଛନ୍ତି ।