ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ 37 ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା,ତାମିଲନାଡୁରେ 11760 - ମହାରାଷ୍ଟ୍ର

ମହାରାଷ୍ଟ୍ର କୋରୋନା ଭାଇରସକୁ ନେଇ ସର୍ବାଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 37 ହଜାର ପାର କରିଛି । ମହାରାଷ୍ଟ୍ର ପରେ ଦେଶରେ କୋରୋନାରେ ତାମିଲନାଡୁ ଦ୍ବିତୀୟ ପ୍ରଭାବିତ ରାଜ୍ୟ ହୋଇଛି ।

corona
ମହାରାଷ୍ଟ୍ରରେ 37 ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

By

Published : May 20, 2020, 8:21 AM IST

ନୂଆଦିଲ୍ଲୀ ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ ପାର କରିଛି । ଏହା ମଧ୍ୟରେ ମହାରାଷ୍ଟ୍ର କୋରୋନା ଭାଇରସକୁ ନେଇ ସର୍ବାଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 37 ହଜାର ପାର କରିଛି । ମହାରାଷ୍ଟ୍ର ପରେ ଦେଶରେ କୋରୋନାରେ ତାମିଲନାଡୁ ଦ୍ବିତୀୟ ପ୍ରଭାବିତ ରାଜ୍ୟ ହୋଇଛି ।

ତାମିଲନାଡୁରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 11760 ରେ ପହଞ୍ଚିଛି । ଗତ ମଙ୍ଗଳବାର ତାମିଲନାଡୁରେ 688 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ତାମିଲନାଡୁ ପୂର୍ବରୁ କୋରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ମହାରାଷ୍ଟ୍ର ପରେ ଗୁଜୁରାଟ ସର୍ବାଧିକ ପ୍ରଭାବିତ ରାଜ୍ୟ ଥିଲା । ତେବେ ତାମିଲନାଡୁରେ କୋରୋନା କାରଣରୁ 81 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 4406 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କୋରୋନା ଆକ୍ରାନ୍ତଙ୍କ ଦୃଷ୍ଟିରୁ ଗୁଜୁରାଟ ଦେଶରେ ତୃତାୟ ସ୍ଥାନରେ ରହିଛି । ଏଠାରେ ବର୍ତ୍ତମାନ 11745 ଆକ୍ରାନ୍ତ ରହିଛନ୍ତି। ସେହିପରି ଦିଲ୍ଲୀରେ ବର୍ତ୍ତମାନ 10054 ଆକ୍ରାନ୍ତ ରହିଛନ୍ତି । ଫଳରେ ଦିଲ୍ଲୀ ଦେଶରେ ଚର୍ତୁଥ ସ୍ଥାନରେ ରହିଛି । କରୋନା ମାମଲା ଦେଖିବାକୁ ମିଳିଛି। ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛି। ତେବେ ଗୁଜୁରାଟରେ କୋରୋନା କାରଣରୁ 694 ଏବଂ ଦିଲ୍ଲୀରେ 168 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details