ନୂଆଦିଲ୍ଲୀ: କୋରୋନା ଭାଇରସ ପାଇଁ ଦିଲ୍ଲୀ କଂଗ୍ରେସର ନୂତନ ଦାବି । ଆଗଧାଡିରେ ଠିଆ ହୋଇ ଯେଉଁମାନେ କୋରୋନା ଭାଇରସ ସହ ମୁକାବିଲା କରୁଛନ୍ତି, ଯେପରିକି ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ସାନିଟାଇଜେସନ ୱାର୍କର, ପୋଲିସ କର୍ମୀ, କୋରୋନା ଆକ୍ରାନ୍ତଙ୍କୁ କୋରୋନା ଭାଇରସର ସ୍ପେସିଆଲ ଏମର୍ଜେନ୍ସି ତଥା ସ୍ବତନ୍ତ୍ର ଜରୁରୀକାଳିନ ଭତ୍ତା ଦେବା ପାଇଁ ଦିଲ୍ଲୀ ସରକାରଙ୍କୁ ଦାବି କରିଛି କଂଗ୍ରେସ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲେଖାଯାଇଥିବା ଏକ ଚିଠିରେ ପ୍ରଦେଶ କଂଗ୍ରେସ ଇକାଇର ପ୍ରମୁଖ ଅନୀଲ ଚୌଧୁରୀ କହିଛନ୍ତି, କୋଭିଡ-19 ମହାମାରୀ ବିରୋଧରେ ଲଢାଇ କରିବା ପାଇଁ ଦଳ ସରକାର ସହ ଠିଆ ହୋଇଛି, ହେଲେ ସରକାର ଏହି ଦାବିକୁ ପୂରଣ କରିବା ଦରକାର । ସେ ପୁଣି କହିଛନ୍ତି, ଲୋକନାୟକ ଡାକ୍ତରଖାନାରେ ଯେଉଁ ନର୍ସ ମାନଙ୍କୁ କୋଭିଡ-19 ସଂକ୍ରମିତର ଚିକିତ୍ସା ଚାଲିଥିଲା ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ଆଦେଶ ଦିଆଗଲା । ହେଲେ ସେମାନଙ୍କୁ ସେହି ବିଲ୍ଡିଂରେ ରଖାଯାଇଛି ଯେଉଁଠି ଅନ୍ୟ କୋରୋନ ସଂକ୍ରମିତଙ୍କୁ ରଖାଯାଇଛି ।