ଓଡିଶା

odisha

By

Published : Jul 28, 2020, 7:08 PM IST

ETV Bharat / bharat

31 ଅଗଷ୍ଟ ଯାଏଁ ପଶ୍ଚିମବଙ୍ଗରେ ଲକଡାଉନ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ଅବଧିକୁ ବୃଦ୍ଧି କଲା ପଶ୍ଚିମବଙ୍ଗ । ଆସନ୍ତା ଅଗଷ୍ଟ 31କୁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି ।

west bengal
ପଶ୍ଚିମବଙ୍ଗ ଲକଡାଉନ

ପଶ୍ଚିମବଙ୍ଗ: ଦ୍ରୁତଗତିରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ଅବଧିକୁ ବୃଦ୍ଧି କଲା ପଶ୍ଚିମବଙ୍ଗ । ଆସନ୍ତା ଅଗଷ୍ଟ 31କୁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମଙ୍ଗଳବାର ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ତେବେ ମୁସଲମାନ ସମ୍ପ୍ରଦାୟର ବକରି ଇଦ ପର୍ବ କାରଣରୁ ଏହି ସପ୍ତାହରେ ଲକଡାଉନ ହେବ ନାହିଁ ବୋଲି ନିଷ୍ପତି ନିଆଯାଇଛି ।

ମାତ୍ର ଏନେଇ ମୁସଲମାନ ଭାଇ ଭଉଣୀଙ୍କୁ ସହଯୋଗ କରିବାକୁ ମମତା ବାନାର୍ଜୀ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବକରି ଇଦ ଏକ ଧାର୍ମିକ ଉତ୍ସବ ହୋଇଥିବା କାରଣରୁ ଏହି ସପ୍ତାହରେ ଲକଡାଉନ ହେବ ନାହିଁ । ହେଲେ ଲୋକେ ଗୋଟିଏ ସ୍ଥାନରେ ଭିଡ ନକରନ୍ତୁ । ଏହି ଉତ୍ସବକୁ ସମସ୍ତେ ଘରେ ରହି ପାଳନ କରିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଅଗଷ୍ଟ 2 ଏବଂ 5 ତାରିଖରେ ସମ୍ପୁର୍ଣ୍ଣ ଲକଡାଉନ ରହିବ । ଏହାପରେ 8 ଓ 9 ଅଗଷ୍ଟରେ ମଧ୍ୟ ସମ୍ପୁର୍ଣ୍ଣ ଲକଡାଉନ ରହିବ । ଏହାବାଦ୍ 16, 17, 22,23, 29 ଏବଂ 30 ଅଗଷ୍ଟରେ ମଧ୍ୟ ସମ୍ପୁର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି ।

ABOUT THE AUTHOR

...view details