ଓଡିଶା

odisha

ETV Bharat / bharat

ଭାରତରେ ପ୍ରବେଶ କଲା କୋରୋନା ଭାଇରସ୍‌, କେରଳରେ ପ୍ରଥମ ରୋଗୀ ଟିହ୍ନଟ

ଭାରତରେ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ପ୍ରଥମ ରୋଗୀ ଚିହ୍ନଟ ହୋଇଛି । ସେ କେରଳର ବୋଲି ଜଣା ପଡିଛି । ଅଧିକ ପଢନ୍ତୁ...

By

Published : Jan 30, 2020, 2:58 PM IST

corona virus
କୋରୋନା ଭାଇରସ୍‌

ନୂଆଦିଲ୍ଲୀ: ଚୀନରେ ହାହାକାର ମଚାଇଥିବା କୋରୋନା ଭାଇରସ ଏବେ ଭାରତେରେ ପ୍ରବେଶ କରିଛି । ଭାରତରେ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ପ୍ରଥମ ରୋଗୀ ଚିହ୍ନଟ ହୋଇଛି । ସେ କେରଳର ବୋଲି ଜଣାପଡିଛି । ଆକ୍ରାନ୍ତ ହୋଇଥିବା ଛାତ୍ର ଜଣଙ୍କ ନିକଟରେ ଚୀନରୁ ଫେରିଛନ୍ତି । ସେ ଚୀନର ଉହାନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ତେବେ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ସେ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିଥିବା ଜଣାପଡିଛି ।

ତେବେ ଚୀନରୁ ଫେରିବା ପରେ ଛାତ୍ର ଜଣଙ୍କୁ ଏକ ହସ୍ପିଟାଲରେ ରଖାଯାଇ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଥିଲା। ଏହି ସମୟରେ ସେ କୋରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, କୋରୋନା ଭାଇରସ୍‌ରେ ଆକ୍ରାନ୍ତ ଥିବା ନେଇ ଆଶଙ୍କା ଦର୍ଶାଇ ଦେଶର ଅନେକ ରାଜ୍ୟରେ ଶହ ଶହ ଲୋକଙ୍କୁ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ସେଥିମଧ୍ୟରୁ କେବଳ କେରଳରେ 806 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଉଛି । ସମଗ୍ର ଚୀନ୍‌ରେ କୋରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୧୭୦କୁ ପହଞ୍ଚିଥିବାବେଳେ 7711 ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ABOUT THE AUTHOR

...view details