ଲକ୍ଷ୍ନୌ: ଦୁନିଆରେ ଆତଙ୍କ ଖେଳାଇଛି କୋରୋନା। ଯାହାକୁ ନେଇ ସମଗ୍ର ବିଶ୍ବରେ କୋରୋନା ଭାଇରସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ମହାମାରୀ ଘୋଷଣା କରାଯାଇଛି। ତେବେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଜଣେ ମହିଳା କୋରୋନା ଭାଇରସରେ ପୀଡିତ ଥିବା ଜଣାପଡିଛି । ଉକ୍ତ ମହିଳା ଜଣଙ୍କ ପେଷାରେ ଜଣେ ଡାକ୍ତର ଥିବାବେଳେ ସେ କାନାଡାରୁ ଲକ୍ଷ୍ନୌ ଆସିଛନ୍ତି। ପୂର୍ବରୁ ଯାଞ୍ଚ ପାଇଁ ତାଙ୍କ ରକ୍ତ ନମୂନା ନିଆଯାଇଥିବାବେଳେ ଏବେ ତାଙ୍କୁ ସ୍ପେଶାଲ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି ।
ଲକ୍ଷ୍ନୌରେ ପ୍ରଥମ କୋରୋନା ଭାଇରସ ପଜେଟିଭ - corona virus in india
ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଜଣେ ମହିଳା କୋରୋନା ଭାଇରସରେ ପୀଡିତ ଥିବା ନେଇ ସୂଚନା । ଅଧିକ ପଢନ୍ତୁ...
ଲକ୍ଷ୍ନୌରେ ପ୍ରଥମ କୋରୋନା ଭାଇରସ ପଜେଟିଭ
ସଂକ୍ରମିତ ଟୋରେଣ୍ଟ ଲଣ୍ଡନରୁ ମୁମ୍ବାଇ ହୋଇ ମାର୍ଚ୍ଚ 8 ତାରିଖରେ ଲକ୍ଷ୍ନୌ ପହଞ୍ଚିଥିଲେ। ଲକ୍ଷ୍ନୌ ଏୟାରପୋର୍ଟରେ ତାଙ୍କ ଥର୍ମଲ ସ୍କାନରରେ ପ୍ରାଥମିକ ଯାଞ୍ଚ କରାଯାଇଥିଲା। ହେଲେ ଉକ୍ତ ସମୟରେ କୌଣସି ଲକ୍ଷଣ ସାମ୍ନାକୁ ଆସିନଥିଲା । ଅବଜରବେସନ ପ୍ରକ୍ରିୟା ଦ୍ବାରା ତାଙ୍କ ରକ୍ତ ନମୂନା କେଜିଏମୟୁକୁ ପଠାଯାଇିଥିଲା । ରିପୋର୍ଟ ଆସିବାପରେ କୋରୋନା ଭାଇରସ ଥିବା ନେଇ ଜଣାପଡିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ