ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟ ମଧ୍ୟରେ ସଂସଦର ଶୀଳକାଳୀନ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । 14 ସେପ୍ଟେମ୍ବରରୁ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଅନେକ ପ୍ରକାର ସାବଧାନତା ଗ୍ରହଣ କରାଯାଉଛି । ଅଧିବେଶନ ଆରମ୍ଭର 72 ଘଣ୍ଟା ପୂର୍ବରୁ ସମସ୍ତ ସାଂସଦଙ୍କ କୋରୋନା ପରୀକ୍ଷା କରାଯିବ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ କହିବାନୁସାରେ, ସମସ୍ତ ସାଂସଦଙ୍କ ସମେତ ସେମାନଙ୍କ ପରିବାରର ମଧ୍ୟ କୋରୋନା ପରୀକ୍ଷା କରାଯିବ ।
ଏହାସହ ସଂସଦ ଆରମ୍ଭ ହେବା ପୂର୍ବରୁ ସେଣ୍ଟ୍ରାଲ ହଲର ସମସ୍ତ ପାସକୁ ରଦ୍ଦ କରାଯାଇଛି । ଶୁକ୍ରବାର ସଂସଦର ଶୀତକାଳୀନ ଅଧିବେଶନର ଅନ୍ତିମ ପ୍ରସ୍ତୁତି ନେଇ ଏମ୍ସ, ଆଇସିଏମଆର, ଡିଆରଡିଓ ଓ ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ବିଶେଷଜ୍ଞଙ୍କ ସହ ଓମ୍ ବିର୍ଲା ବୈଠକ କରିଛନ୍ତି । ସଂସଦ ମଧ୍ୟରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କାନିଂ ଓ ଥର୍ମାଲ ଗନ୍ ମାଧ୍ୟମରେ ତାପମାତ୍ରା ଯାଞ୍ଚ କରାଯିବ । ଏହି ସମୟରେ ସ୍ବାସ୍ଥ୍ୟ ସମସ୍ୟାକୁ ବିଶେଷ ଗୁରୁତ୍ବ ଦିଆଯିବ । ଏହାସହ 40ଟି ସ୍ଥାନରେ ଟଚଲେସ୍ ସାନିଟାଇଜର୍ ଲଗାଯିବ । ଜରୁରୀକାଳୀନ ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ । ସମଗ୍ର ପରିସରରେ କୋଭିଡ-19ରୁ ରକ୍ଷା ନେଇ ନିର୍ଦ୍ଦେଶନାମା ଜାରି କରାଯିବ ।