ଓଡିଶା

odisha

ETV Bharat / bharat

କୋରୋନା ଆତଙ୍କ; ଦେଶର ସବୁ ଏୟାରପୋର୍ଟରୁ ସ୍କ୍ରିନିଂ ହୋଇଛନ୍ତି 50 ହଜାରରୁ ଊର୍ଦ୍ଧ୍ବ ଲୋକ - 50 ହଜାରୁ ଊର୍ଦ୍ଧ୍ବ ଲୋକ

ଦେଶରେ ଭୟର କଳାବାଦଲ ଘୋଡାଇଥିବା କୋରୋନାକୁ ନେଇ ଏବେ ସମସ୍ତଙ୍କ ମନରେ ଆଶଙ୍କା ଓ ଛନକା । ବର୍ତ୍ତମାନ ସୁଦ୍ଧା ବିମାନ ବନ୍ଦରରେ 50 ହଜାର ଲୋକଙ୍କୁ ସ୍କ୍ରିନିଂ କରାଯାଇଥିବା ସୂଚନା ଦେଇଛି କେନ୍ଦ୍ର । ଅଧିକ ଖବର ପଢନ୍ତୁ...

ଦେଶର ସବୁ ଏୟାରପୋର୍ଟରୁ ସ୍କ୍ରିନିଂ ହୋଇଛନ୍ତି 50 ହଜାରରୁ ଊର୍ଦ୍ଧ୍ବ ଲୋକ
ଦେଶର ସବୁ ଏୟାରପୋର୍ଟରୁ ସ୍କ୍ରିନିଂ ହୋଇଛନ୍ତି 50 ହଜାରରୁ ଊର୍ଦ୍ଧ୍ବ ଲୋକ

By

Published : Feb 2, 2020, 4:54 AM IST

ନୂଆଦିଲ୍ଲୀ: ଦେଶରେ ଭୟର କଳାବାଦଲ ଘୋଡାଇଥିବା କୋରୋନାକୁ ନେଇ ଏବେ ସମସ୍ତଙ୍କ ମନରେ ଆଶଙ୍କା ଓ ଛନକା । ଏହି ଭାଇରସର ଭୟାବହତା ଦେଖି ବିଶ୍ବ ସମୁଦାୟରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି । ତେବେ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୁପେ ଆୟତ୍ତ କରିବା ଏବେ ଯାଏଁ ବି ସମ୍ଭବ ହୋଇପାରିନାହିଁ ।

ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସବୁ ପ୍ରକାରର ଚେଷ୍ଟା ଜାରି ରଖିଥିବା ବେଳେ ପ୍ରତିଟି ରାଜ୍ୟର ପ୍ରତିଟି ଜିଲ୍ଲାରେ ଏହାକୁ ନେଇ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ବିମାନ ବନ୍ଦରରେ 52 ହଜାର ଲୋକଙ୍କୁ ସ୍କ୍ରିନିଂ କରାଯାଇଥିବା ସୂଚନା ଦେଇଛି କେନ୍ଦ୍ର ।

ପ୍ରାୟ 326 ବିମାନରୁ ପ୍ରାୟ 52 ହଜାର ଲୋକଙ୍କୁ ସ୍କ୍ରିନିଂ କରାଯାଇଛି ଯେଉଁମାନେ ମୁଖ୍ୟତଃ ଚୀନ ଓ ତାର ଆଖପାଖ ପଡୋଶୀ ଅଞ୍ଚଳରୁ ଆସୁଛନ୍ତି । ସେଥିମଧ୍ୟରୁ 92 ଜଣ ଯେଉଁମାନଙ୍କ ଠାରେ ଏହି ଭାଇରସର ଲକ୍ଷଣ ଦେଖାଦେଇଛି ସେମାନଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ସେହିଭଳି 98ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ 97ଟି ନେଗେଟିଭ ଥିବା ଜଣାପଡିଛି ।

ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details