ଓଡିଶା

odisha

ETV Bharat / bharat

31 ଜୁଲାଇ ପର୍ଯ୍ୟନ୍ତ ଘରୋଇ ବିମାନ ବନ୍ଦ କରିବାକୁ କେନ୍ଦ୍ରକୁ ମମତାଙ୍କ ଅନୁରୋଧ - Mamta Banerjee said - Center

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଦିନ 31 ଜୁଲାଇ ପର୍ଯ୍ୟନ୍ତ ହଟସ୍ପଟ କୋଲକାତାକୁ ଆସୁଥିବା ଘରୋଇ ବିମାନ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ଜୁଲାଇ ପହିଲାରୁ ରାତି କର୍ଫ୍ୟୁରେ ଏକ ଘଣ୍ଟା କୋହଳ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

31 ଜୁଲାଇ ପର୍ଯ୍ୟନ୍ତ ଘରୋଇ ବିମାନ ବନ୍ଦ କରିବାକୁ କେନ୍ଦ୍ରକୁ ମମତାଙ୍କ ଅନୁରୋଧ
31 ଜୁଲାଇ ପର୍ଯ୍ୟନ୍ତ ଘରୋଇ ବିମାନ ବନ୍ଦ କରିବାକୁ କେନ୍ଦ୍ରକୁ ମମତାଙ୍କ ଅନୁରୋଧ

By

Published : Jun 27, 2020, 12:15 PM IST

କୋଲକାତା: ଦିନକୁ ଦିନ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଛି, ଯାହାକୁ ନେଇ ଚିନ୍ତାରେ ସରକାର । କୋରୋନାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଦିନ 31 ଜୁଲାଇ ପର୍ଯ୍ୟନ୍ତ ହଟସ୍ପଟରୁ କୋଲକାତାକୁ ଆସୁଥିବା ଘରୋଇ ବିମାନ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ଏହା ବ୍ୟତୀତ ସେ ରାଜ୍ୟକୁ ଆସୁଥିବା ବିଦେଶୀ ଅନ୍ତର୍ଜାତୀୟ ବିମାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ଜୁଲାଇ ପହିଲାରୁ ରାତି କର୍ଫ୍ୟୁରେ ଏକ ଘଣ୍ଟା କୋହଳ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପୂର୍ବରୁ ରାତି 9ରୁ ସକାଳ 5 ପର୍ଯ୍ୟନ୍ତ କର୍ଫ୍ୟୁ ଥିବାବେଳେ ଏବେ ରାତି 10 ରୁ ସକାଳ 5 ପର୍ଯ୍ୟନ୍ତ ରାତିର କର୍ଫ୍ୟୁ ବଳବତ୍ତର ରହିବ ବୋଲି ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହା ସହ ଜୁଲାଇ 1ରୁ ମେଟ୍ରୋ ସେବା ଆରମ୍ଭ କରିବାକୁ ସେ କହିଛନ୍ତି ।

ମମତା କହିଛନ୍ତି ଯେ ବିମାନ ମାଧ୍ୟମରେ ରାଜ୍ୟକୁ ଆସୁଥିବା ଲୋକଙ୍କୁ ବିମାନବନ୍ଦରରେ ସଠିକ୍ ସ୍କ୍ରିନିଂ କରାଯାଉ ନାହିଁ। ସେହି କାରଣରୁ କୋଲକାତା ଅଭିମୁଖେ 31 ଜୁଲାଇ ପର୍ଯ୍ୟନ୍ତ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ତେବେ କୋରୋନାକୁ ଦୃଷ୍ଟିରେ ରଖି ଏହି ସପ୍ତାହ ପୂର୍ବରୁ, ବାନାର୍ଜୀ 31 ଜୁଲାଇ ସୁଦ୍ଧା ବିଦ୍ୟମାନ ଲକଡାଉନ୍ ବୃଦ୍ଧି କରିବାକୁ ଘୋଷଣା କରିଥିଲେ।

ABOUT THE AUTHOR

...view details