ଓଡିଶା

odisha

କୋରୋନା ଭୟ: ସମ୍ପୂର୍ଣ୍ଣ ମୁମ୍ବାଇ ଲକ୍ ଡାଉନ, ଖବରକାଗଜ ଛପା ବନ୍ଦ

By

Published : Mar 23, 2020, 9:30 AM IST

Updated : Mar 23, 2020, 2:58 PM IST

ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 396 କୋରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଏହା ମଧ୍ୟରେ ସର୍ବାଧିକ କୋରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ମୁମ୍ବାଇରେ କୌଣସି ଖବରକାଗଜ ଛପା ଯାଇନାହିଁ ।

covid-19 latest news
ସଂମ୍ପୂର୍ଣ୍ଣ ମୁମ୍ବାଇ ଲକ୍ ଡାଉନ

ମୁମ୍ବାଇ: ଧୀରେ ଧୀରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 396 କୋରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଏହା ମଧ୍ୟରେ ସର୍ବାଧିକ କୋରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି । ଫଳରେ ମୁମ୍ବାଇରେ ଲକ ଡାଉନ ଘୋଷଣା କରାଯାଇଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ମୁମ୍ବାଇରେ କୌଣସି ଖବରକାଗଜ ଛପା ଯାଇନାହିଁ ।

ସୂଚନା ଅନୁଯାୟୀ, କୋରୋନା ଭାଇରସ କାରଣରୁ ମୁମ୍ବାଇ ଲକ ଡାଉନ ହେବା ସହ ବହୁ ଟ୍ରେନ ଚଳାଚଳ ବନ୍ଦ ରହିଛି । ଫଳରେ ହକରମାନେ ଖବରକାଗଜ ନେବାକୁ ମନା କରି ଦେଇଛନ୍ତି । ଏହି କାରଣରୁ ସୋମବାର ମୁମ୍ବାଇରେ କୌଣସି ଖବରକାଗଜ ପ୍ରିଣ୍ଟ କରାଯାଇନାହିଁ । ମାତ୍ର ଇ-ପେପର ଏବଂ ଅନଲାଇନ୍ ସଂସ୍କରଣ ଉପଲବ୍ଧ ରହିଛି ।

ଆଜି(ସୋମବାର) ଏହି ପରିସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ଆଗକୁ ଏନେଇ କଣ ପଦକ୍ଷେପ ନିଆଯିବ ସେନେଇ ଆଲୋଚନା ହେବ । ତେବେ ମୁମ୍ବାଇରେ 5ରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ ରୋକ ଲଗାଯାଇଛି ।

Last Updated : Mar 23, 2020, 2:58 PM IST

ABOUT THE AUTHOR

...view details