ଓଡିଶା

odisha

ETV Bharat / bharat

ଶ୍ରମ ମନ୍ତ୍ରଣାଳୟର 11 କର୍ମଚାରୀ କୋରୋନା ସଂକ୍ରମିତ - Corona virus in labour ministry

ସୋମବାର କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟରେ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶ୍ରମ ଶକ୍ତି ଭବନରେ ଅବସ୍ଥିତ ମନ୍ତ୍ରଣାଳୟର 11 ଜଣ ଅଧିକାରୀ କୋରୋନା ପଜିଟିଭ୍ ଥିବା ଜଣାପଡିଛି।

Corona virus in labour ministry delhi
ଶ୍ରମ ମନ୍ତ୍ରଣାଳୟର 11 କର୍ମଚାରୀ କୋରୋନା ସଂକ୍ରମିତ

By

Published : Jun 8, 2020, 12:23 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଙ୍କଟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ କିଛି ଦିନ ଧରି ପ୍ରତିଦିନ ପ୍ରାୟ 10 ହଜାର ନୂଆ ମାମଲା ଆସୁଛି । ସୋମବାର କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟରେ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶ୍ରମ ଶକ୍ତି ଭବନରେ ଅବସ୍ଥିତ ମନ୍ତ୍ରଣାଳୟର 11 ଜଣ ଅଧିକାରୀ କୋରୋନା ପଜିଟିଭ୍ ଥିବା ଜଣାପଡିଛି।

ପ୍ରକାଶଥାଉକି, ଦିଲ୍ଲୀରେ କୋରୋନା ମହାମାରୀରେ ଅନେକ କେନ୍ଦ୍ରୀୟ ମନ୍ତ୍ରଣାଳୟର ଅଧିକାରୀ ଆକ୍ରାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ହେଉ କିମ୍ବା ଶ୍ରମ ମନ୍ତ୍ରଣାଳୟ ହେଉ। ନିକଟରେ ଦିଲ୍ଲୀ ମେଟ୍ରୋ, ଦିଲ୍ଲୀର ରାଜ୍ୟପାଳଙ୍କ କାର୍ଯ୍ୟାଳୟର କିଛି ଅଧିକାରୀ ମଧ୍ୟ ଏହି ଭାଇରସ ଅଧୀନରେ ଆସିଥିଲେ।

ଶ୍ରମ ମନ୍ତ୍ରଣାଳୟ ବ୍ୟତୀତ ନିର୍ବାଚନ ଆୟୋଗରେ କୋରୋନା ମାମଲା ମଧ୍ୟ ସାମ୍ନାକୁ ଆସିଛି। ଏଠାରେ ଇଭିଏମ୍ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ଅଧିକାରୀ କୋରୋନା ପଜିଟିଭ୍ ବୋଲି ଜଣାପଡିଛି। ସରକାରୀ କାର୍ଯ୍ୟାଳୟରେ ଅଧିକାରୀଙ୍କ ଗତିବିଧି ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କେତେକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ସଭା ଗୁଡିକରେ ସାମାଜିକ ଦୂରତା ରଖିବା ଭଳି ନିୟମ ଅନ୍ତର୍ଭୁକ୍ତ ।

ABOUT THE AUTHOR

...view details