ଓଡିଶା

odisha

By

Published : Jun 14, 2020, 9:27 PM IST

ETV Bharat / bharat

କୋଭିଡ-19 ରୋଗୀଙ୍କ ଲୁହରୁ ମିଳିଲା କୋରୋନା ଭାଇରସ୍

କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ମିଣ୍ଟୋ ଚକ୍ଷୁ ଡାକ୍ତରଖାନାର ଅନୁସନ୍ଧାନକାରୀମାନେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, କୋଭିଡ-19 ରୋଗୀଙ୍କ ଲୁହରେ କୋରୋନା ଭାଇରସ ମିଳିଛି।

ଲୁହରୁ ମିଳିଲା କୋରୋନା ଭାଇରସ୍
ଲୁହରୁ ମିଳିଲା କୋରୋନା ଭାଇରସ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ମିଣ୍ଟୋ ଚକ୍ଷୁ ଡାକ୍ତରଖାନାର ଅନୁସନ୍ଧାନକାରୀମାନେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, କୋଭିଡ-19 ରୋଗୀଙ୍କ ଲୁହରେ କୋରୋନା ଭାଇରସ ମିଳିଛି। ଭାରତରେ ରୋଗୀର ଲୁହରେ କୋରୋନା ଚିହ୍ନଟ ହେବାରେ ଏହା ହେଉଛି ପ୍ରଥମ ଅଧ୍ୟୟନ । ବର୍ତ୍ତମାନ ପର୍ଯ୍ୟନ୍ତ ମେଡିକାଲ୍ ବିଶେଷଜ୍ଞ କୋଭିଡ-19 ରୋଗୀଙ୍କ ଲୁହରେ କୋରୋନା ଭାଇରସ ଉପସ୍ଥିତି ବିଷୟରେ କୌଣସି ଦୃଢ ପ୍ରମାଣ ନଥିଲା ।

ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲରେ 45 କୋରୋନା ପଜିଟିଭ୍ ରୋଗୀଙ୍କ ଆଖିର ତରଳ ପଦାର୍ଥ ପରୀକ୍ଷା କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ରୋଗୀର ଲୁହରେ ଏହି ଭୂତାଣୁ ଥିଲା। ଅନୁସନ୍ଧାନକାରୀମାନେ କହିଛନ୍ତି ଏମାନଙ୍କ ମଧ୍ୟରେ କୋରୋନାର କୌଣସି ଲକ୍ଷଣ ନଥିଲା। ସମସ୍ତେ ବହୁତ ସତର୍କ ହେବା ଆବଶ୍ୟକ । ଏହା ଚକ୍ଷୁ ବିଶେଷଜ୍ଞଙ୍କ ପାଇଁ ଏକ ଚେତାବନୀ ମଧ୍ୟ ହୋଇପାରେ ।

କୋରୋନା ବିଭିନ୍ନ ଉପାୟରେ ମଣିଷ ମଧ୍ୟରେ ବ୍ୟାପିଥାଏ । ଏହା ଏକ ବଡ ଆହ୍ବାନ । କୋରୋନା କ୍ରମାଗତ ଭାବରେ ନିଜର ଗୁଣ ପରିବର୍ତ୍ତନ କରୁଛି । ଏହି କାରଣରୁ ଅନୁସନ୍ଧାନକାରୀମାନେ ଏହାର ସଠିକ ଗଠନ ଜାଣିବାକୁ ଅସମର୍ଥ ।

ABOUT THE AUTHOR

...view details