ଶ୍ରୀନଗର: କୋରୋନା ଭାଇରସ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଘାଟିକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ବନ୍ଦ କରାଯାଇଛି । ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶକୁ କାଶ୍ମୀରରେ ବନ୍ଦ କରାଯାଇ କୋରୋନା ପାଇଁ ଏକ ପ୍ରାଥମିକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ସାହିଦ୍ ଚୌଧୁରୀ ଟ୍ବିଟ କରି ଲେଖିଛନ୍ତି ।
କୋରୋନା ପାଇଁ ଅଘୋଷିତ କର୍ଫ୍ୟୁ, ଘାଟିକୁ ବିଦେଶୀ ପର୍ଯ୍ୟଟକ ମନା - coronavirus in india
କୋରୋନା ପାଇଁ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶକୁ ଘାଟିକୁ ଆସିବା ବାରଣ କରାଯାଇଛି। ଲଦାଖରେ ବଢିଚାଲିଛି କୋରୋନା ପଜିଟିଭ୍ ସଂଖ୍ୟା। ଅଧିକ ଖବର ପଢନ୍ତୁ...
ସେଠାକାର ପ୍ରଶାସନ ଏହି ରୋଗକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜମ୍ମୁ ଓ କାଶ୍ମୀର ଡିଜିଜ୍ ରେଗୁଲେସନ 2020ଅନୁସାରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁ ଯାହା ତଦାରଖ କର୍ମଚାରୀଙ୍କ କର୍ତ୍ତବ୍ୟ ଏବଂ ମେଡିକାଲ ଅଫିସର ତଥା ପ୍ରାକ୍ଟିସର୍ସର କାର୍ଯ୍ୟକାରିତା,ଦାୟିତ୍ବ ଉପରେ ନଜର ରଖିବାକୁ କହିଛନ୍ତି ।
ସେହିପରି ଦୈନିକ ମିଡିଆ ବୁଲେଟିନ ଅନୁସାରେ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା 2615 ସନ୍ଦିଗ୍ଧ ଓ ଯାତ୍ରୀ ନିଜର ନାମ ପଞ୍ଜୀକୃତ କରିଥିବା ବେଳେ ସେଥିମଧ୍ୟରୁ ଲଦାଖରେ 8 ଜଣଙ୍କ କୋରୋନା ପଜିଟିଭ୍ ଆସିଛି । ବର୍ତ୍ତମାନ ସୁଦ୍ଧା ଭାରତରେ 147 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ରୋଗକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବିପର୍ଯ୍ୟାୟ ଭାବେ ଘୋଷଣା କରିବା ସହ ୟୁରୋପ ଏହି ରୋଗର ନୂଆ କେନ୍ଦ୍ରସ୍ଥଳ ପାଲଟିଛି ।