ନୂଆଦିଲ୍ଲୀ: ପିଜା ଡେଲିଭରୀ ବଏ କୋରୋନା ଆକ୍ରାନ୍ତ । ଦିଲ୍ଲୀରେ ଜଣେ ପିଜା ଡେଲିଭରୀ ବଏଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି ।
ଏହି ଘଟଣା ଜଣାପଡିବା ପରେ ଦିଲ୍ଲୀର ହୌଜ ଖାସ ଏବଂ ମାଳଦୀପ ନଗରର 72 ଜଣଙ୍କୁ କ୍ବାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଏହି ଡେଲିଭରୀ ବଏ ଜଣଙ୍କ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ନିଜ ଡ୍ୟୁଟିରେ ଥିଲେ । ଗତ ସପ୍ତାହରେ ହିଁ ତାଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି । ତେବେ ସେ ଡାୟଲିସିସ୍ ପାଇଁ ଏକ ମେଡିକାଲ ଯାଇଥିଲେ । ସେଠାରୁ ହିଁ ସେ କୋରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।
ଦକ୍ଷିଣ ଦିଲ୍ଲୀ ଜିଲ୍ଲାର ଡିଏମ୍ ବିଏନ ମିଶ୍ରଙ୍କ ସୂଚନା ଅନୁଯାୟୀ, ପିଜା ଡେଲୀଭରୀ ବଏଙ୍କ ସମ୍ପର୍କରେ 72 ଜଣ ଆସିଥିଲେ । ତେବେ ସେମାନଙ୍କର କୋରୋନା ପରୀକ୍ଷା କରାଯାଇନାହିଁ । ତେବେ ଯଦି ସମାନଙ୍କଠାରେ କୋରୋନା ଲକ୍ଷଣ ପରିଲିକ୍ଷିତ ହୁଏ ତେବେ ସେମାନଙ୍କର କୋରୋନା ପରୀକ୍ଷା କରାଯିବ । ତେବେ ଏପର୍ଯ୍ୟନ୍ତ ଡେଲୀଭରି ବୟଙ୍କ ସମେତ 72 ଲୋକଙ୍କ ଠିକଣାକୁ ଗୁପ୍ତ ରଖାଯାଇଛି ।
ପ୍ରକାଶ ଥାଉକି, ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 12380ରେ ପହଞ୍ଚିଥିବା ବେଳେ 10477 ଜଣ ଆକ୍ରାନ୍ତ ଆକ୍ଟିଭ,1489 ଜଣ ଆକ୍ରାନ୍ତ ସୁସ୍ଥ ଏବଂ 414 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।