ଓଡିଶା

odisha

କାୟା ବିସ୍ତାର କରୁଛି କୋରୋନା ଭାଇରସ, ଚୀନରେ ମୃତ୍ୟୁ ସଂଖ୍ୟା 80କୁ ବୃଦ୍ଧି

By

Published : Jan 27, 2020, 6:50 AM IST

Updated : Jan 27, 2020, 10:27 AM IST

କୋରୋନା ଭାଇରସ ଦ୍ବାରା ଚୀନର 80 ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଏହା ସହ 2 ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।

Corona virus Death toll rises to 80 in China
କାୟା ବିସ୍ତାର କରୁଛି କୋରୋନା ଭାଇରସ, ଚୀନରେ ମୃତ୍ୟୁ ସଂଖ୍ୟା 80କୁ ବୃଦ୍ଧି


ବେଜିଂ: ଭୟଙ୍କର ରୂପ ଧାରଣ କରୁଛି କୋରୋନା ଭାଇରସ । ଚୀନରେ ଏହି ଭାଇରସ ଦ୍ବାରା ମୃତ୍ୟୁସଂଖ୍ୟା 80ରେ ପହଞ୍ଚିଛି । ଏହା ସହ 2300ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଚୀନ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କେନ୍ଦ୍ରୀୟ ଚୀନର ଉହାନ ସହରରେ ଏହି ରୋଗ ଦେଖାଯିବା ପରେ ଏହା ଚୀନରେ ବ୍ୟାପିବାକୁ ଲାଗିଛି । ଏହାକୁ ନେଇ ଚୀନ ହାଇଆଲର୍ଟ ଜାରି କରିଛି ।

2020 ବର୍ଷର ପ୍ରାରମ୍ଭରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୋରୋନାର ଅନ୍ୟ ଏକ ନୂଆ ରୂପକୁ ଆବିଷ୍କାର କରାଯାଇଛି । ଯାହାର ନାମ ହେଉଛି 2019 ନୋଭାଲ କୋରୋନା ଭାଇରସ (2019-nCoV) । ଯାହା ଚୀନର ଉହାନ ସହରରେ ଦେଖିବାକୁ ମିଳିଛି । ତେଣୁ ଏହାକୁ ଉହାନ ଭାଇରସ ମଧ୍ୟ କୁହାଯାଉଛି। ଏହି ଭୂତାଣୁ ପ୍ରଭାବରେ ନାକ ବନ୍ଦ ହୋଇଯିବା, କାଶ ଲାଗିରହିବା, ନିମୋନିଆ ଓ ଗଳା ସଂକ୍ରମଣ ଆଦି ବିଭିନ୍ନ ଲକ୍ଷଣ ଦେଖାଯାଉଛି ।

Last Updated : Jan 27, 2020, 10:27 AM IST

ABOUT THE AUTHOR

...view details