ନୂଆଦିଲ୍ଲୀ: ଦେଶରେ ପୁଣି ଏକ କୋରୋନା ଆକ୍ରାନ୍ତ । ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ନୋଏଡାର ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କ ଠାରେ କୋରୋନା ପଜେଟିଭ ମିଳିଛି । ଏହା ପରେ ପକ୍ଷରୁ କମ୍ପାନୀର 7ଶହ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ବିଭାଗ ତତ୍ତ୍ବାବଧାନରେ ରଖାଯାଇଛି ।
ସୂଚନାଯୋଗ୍ୟ, କର୍ମଚାରୀ ଜଣକ ଫ୍ରାନ୍ସ, ଇଟାଲୀ ଓ ଚୀନ ଯାତ୍ରାରେ ଯାଇଥିଲେ । ସ୍ବାସ୍ଥ୍ୟବସ୍ଥାରେ କୋରୋନା ଲକ୍ଷଣ ଦେଖାଦେବା ପରେ ସନ୍ଦିଗ୍ଧଙ୍କ ଟେଷ୍ଟ କରାଯାଇଥିଲା । ପରେ ରକ୍ତ ନମୁନା ପଜେଟିଭ ଥିବା ଜଣାପଡିଛି ।