ଓଡିଶା

odisha

ETV Bharat / bharat

ଛୁଇଁଲେ ହେଉଛି ନୋଭେଲ କୋରୋନା! - ନୋଭେଲ କୋରୋନା ଭାଇରସ

ପୁରା ବିଶ୍ବରେ କରାଳ ରୂପ ଧାରଣ କଲାଣି ନୋଭେଲ କୋରୋନା ଭାଇରସ । କେବଳ ଥଣ୍ଡା କିମ୍ବା ଫ୍ଲୁ ନୁହେଁ ବରଂ ପବନ ଓ ଛୁଇଁଲେ ବି ନୋଭେଲ କୋରୋନା ଭୂତାଣୁ ବ୍ୟାପୁଛି ବୋଲି ମତ ଦେଇଛନ୍ତି ସାଙ୍ଘାଇ ସିଭିଲ ଅଫେୟାର୍ସ ବ୍ୟୁରୋର ମେଡିକାଲ ଏକ୍ସପର୍ଟ ଜେଙ୍ଗ କ୍ୟୁନ। ଅଧିକ ଖବର ପଢନ୍ତୁ...

ଛୁଇଁଲେ ହେଉଛି ନୋଭେଲ କୋରୋନା!
ଛୁଇଁଲେ ହେଉଛି ନୋଭେଲ କୋରୋନା!

By

Published : Feb 9, 2020, 12:05 PM IST

ବେଜିଂ: ପୁରା ବିଶ୍ବରେ କରାଳ ରୂପ ଧାରଣ କଲାଣି ନୋଭେଲ କୋରୋନା ଭାଇରସ । ପ୍ରତିଦିନ ମୁଣ୍ଡ ନେଉଛି ଏହି ଭୟଙ୍କର ଭାଇରସ । ଚୀନରେ ଏବେ 812 ମୁଣ୍ଡ ନେଇଥିବା ଏହି ଭୂତାଣୁକୁ ନେଇ ବିଶ୍ବ ସମୁଦାୟରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି । ପ୍ରାୟ 30 ହଜାରରୁ ଅଧିକ ଲୋକ ଆକ୍ରାନ୍ତ ରହିଥିବା ବେଳେ ଏବେ ଯାଏଁ ତାର ପ୍ରତିଷେଧକ ବାହାରି ପାରିନାହିଁ ।

ତେବେ ଏହାରି ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । କେବଳ ଥଣ୍ଡା କିମ୍ବା ଫ୍ଲୁ ନୁହେଁ ବରଂ ପବନ ଓ ଛୁଇଁଲେ ବି ନୋଭେଲ କୋରୋନା ଭୂତାଣୁ ବ୍ୟାପୁଛି ବୋଲି ମତ ଦେଇଛନ୍ତି ସାଙ୍ଘାଇ ସିଭିଲ ଅଫେୟାର୍ସ ବ୍ୟୁରୋର ମେଡିକାଲ ଏକ୍ସପର୍ଟ ଜେଙ୍ଗ କ୍ୟୁନ।

ହେଲେ ଏହି ଭୟାନକ ଭୂତାଣୁକୁ ନିୟନ୍ତ୍ରଣ କରିବାକୁ ବ୍ୟାପକ ମାତ୍ରାରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ରହିବା ଦରକାର ବୋଲି ସେ କହିଛନ୍ତି । ଏମିତିକି ଭୂତାଣୁ ଏତେ ଭୟଙ୍କର ହେଲାଣି ଯେ, ପରିବାର ସହ ମିଳାମିଶାରୁ ବି ଏହା ବ୍ୟାପିବାକୁ ବେଶି ସମୟ ଲାଗିବନି ବୋଲି ସେ ମତ ପ୍ରକାଶ କରିଛନ୍ତି ।

ନୋଭେଲ କୋରୋନା ଭାଇରସ ଏବେ ପୁରା ଚୀନକୁ ଗ୍ରାସିଲାଣି। କେବଳ ଏତିକି ନୁହେଁ 23 ଦେଶକୁ ମଧ୍ୟ ଏହି ଭୂତାଣୁ ବ୍ୟାପିଲାଣି। 2002-03 ରେ ହୋଇଥିବା ସାର୍ସ ଭୂତାଣୁ 700ରୁ ଅଧିକ ଜୀବନ ନେଇଥିବା ବେଳେ ନୋଭେଲ କୋରୋନା ଏବେ ତାକୁ ଟପିଥିବା ଜଣାପଡିଛି ।

ଏଏନଆଇ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details