ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଟିକା ସ୍କ୍ରିନିଂ ଏବଂ ପରୀକ୍ଷଣର ଗତି ଆହୁରି ତୀବ୍ର କରାଯାଇଛି । ଏହି କ୍ରମରେ ଆଗକୁ ବଢିବା ସହ ଭାରତୀୟ ବାୟୋଟେକ୍ନୋଲୋଜି ବିଭାଗ 10 ଟି ସହର ଚୟନ କରିଛି ଯେଉଁଠାରେ କୋରୋନା ସଂକ୍ରମଣ ବିରୁଦ୍ଧରେ ଟୀକାକରଣର ପ୍ରଭାବକୁ ହଜାର ହଜାର ସୁସ୍ଥ ସ୍ବେଚ୍ଛାସେବୀ ଆକଳନ କରିବେ। ଅନୁମାନ କରାଯାଉଛି ଯେ ଏହି କ୍ଲିନିକାଲ୍ ପରୀକ୍ଷଣରେ ବହୁ ସଂଖ୍ୟକ ଲୋକ ଜଡିତ ହୋଇପାରନ୍ତି ।
10 ସହରରେ ହେବ କୋରୋନା ଟିକା ପରୀକ୍ଷା, ଯୋଗଦେବେ ହଜାର ହଜାର ସ୍ୱେଚ୍ଛାସେବୀ - କୋରୋନା
ଭାରତୀୟ ବାୟୋଟେକ୍ନୋଲୋଜି ବିଭାଗ 10 ଟି ସହର ଚୟନ କରିଛି ଯେଉଁଠାରେ କୋରୋନା ସଂକ୍ରମଣ ବିରୁଦ୍ଧରେ ଟୀକାକରଣର ପ୍ରଭାବକୁ ହଜାର ହଜାର ସ୍ବେଚ୍ଛାସେବୀ ଆକଳନ କରିବେ। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଡିବିଟି ଦିଲ୍ଲୀର ଦୁଇଟି ଏବଂ ଭୁବନେଶ୍ୱର, ପୁ଼ୁ଼ଡୁଚେରୀ, ସିଲଂ ଏବଂ ବିଶାଖାପାଟନାରେ ପ୍ରତିଷ୍ଠାନ ଚିହ୍ନଟ କରିଛି । ଅଧିକ ପଢନ୍ତୁ...
ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି) ବିଶେଷଜ୍ଞ ହାଇଦ୍ରାବାଦ, ପଲୱଲ (ହରିୟାଣା), ପୁଣେ, ତିରୁନେଲଭେଲି (ତାମିଲନାଡୁ) ଏବଂ ଭେଲୋରକୁ "ଫିଲ୍ଡ ସାଇଟ୍" ର ପ୍ରଥମ ସେଟ୍ ଭାବରେ ଚିହ୍ନଟ କରିଛି। ଏହାକୁ ଷ୍ଟେପ୍ 3 ମଧ୍ୟ କୁହାଯାଏ । ଯେଉଁଠାରେ କ୍ଲିନିକାଲ୍ ପରୀକ୍ଷା ଏବଂ କୋରୋନୋଭାଇରସ୍ ସଂକ୍ରମଣ ମହାମାରୀ ଉପରେ ବୈଜ୍ଞାନିକ ଅଧ୍ୟୟନ ହେବ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ସାଇଟଗୁଡିକର ପ୍ରତ୍ୟେକରେ କ୍ଲିନିକାଲ୍ ଅନୁସନ୍ଧାନ ପ୍ରତିଷ୍ଠାନଗୁଡିକ କୋରୋନା ସଂକ୍ରମଣ ଅଧ୍ୟୟନରେ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସିବା ପାଇଁ ସିସିଟିଭି ଷ୍ଟଡି ଭଳି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିପାରନ୍ତି ।
କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଡିବିଟି ଦିଲ୍ଲୀର ଦୁଇଟି ଏବଂ ଭୁବନେଶ୍ୱର, ପୁଦୁଚେରୀ, ଶିଲାଙ୍ଗ ଏବଂ ବିଶାଖାପାଟନାରେ ଦୁଇଟି ପ୍ରତିଷ୍ଠାନ ଚିହ୍ନଟ କରିଛି। ବର୍ତ୍ତମାନ ହାଇଦ୍ରାବାଦର ଭରତ ବାୟୋଟେକ ଏବଂ ଅହମ୍ମଦାବାଦର ଜାଇଡସ କାଡିଲା ଠାରେ କାର୍ଯ୍ୟ ଆରମ୍ଭ ହୋଇଛି।