ଓଡିଶା

odisha

ETV Bharat / bharat

ଫାଇଜର ଟିକା ନେଇ ନରୱେରେ ୨୩ ମୃତ - ନରୱେରେ ୨୩ ମୃତ

ଫାଇଜର ଟିକା ନେଇଥିବା ୟୁରୋପୀୟ ରାଷ୍ଟ୍ର ନରୱେର ୨୩ ବରିଷ୍ଠ ନାଗରିକଙ୍କ ଦିନକ ମଧ୍ୟରେ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ 13 ଜଣଙ୍କ ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଅଧିକ ପଢନ୍ତୁ...

ଫାଇଜର ଟିକା ନେଇ ନରୱେରେ ୨୩ ମୃତ
ଫାଇଜର ଟିକା ନେଇ ନରୱେରେ ୨୩ ମୃତ

By

Published : Jan 17, 2021, 11:57 AM IST

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ମହାମାରୀ କୋରୋନା ଭାଇରସ ବିପର୍ଯ୍ୟୟ ଜାରି ରହିଥିବା ବେଳେ ଏଥିରୁ ନିବୃତ୍ତି ପାଇଁ ସମଗ୍ର ବିଶ୍ବରେ ଟିକା ମଧ୍ୟ ପ୍ରସ୍ତୁତ କରାଯାଇଛି । କିନ୍ତୁ ଏହାର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ କିଛି ସ୍ଥାନରେ ଦେଖିବାକୁ ମିଳିଛି । ତେବେ ଫାଇଜର ଟିକା ନେଇଥିବା ୟୁରୋପୀୟ ରାଷ୍ଟ୍ର ନରୱେର ୨୩ ବରିଷ୍ଠ ନାଗରିକଙ୍କ ଦିନକ ମଧ୍ୟରେ ମୃତ୍ୟୁ ଘଟିଛି। ଏମାନେ ପ୍ରଥମ ଦଫା ଟିକା ନେବାର କିଛି ସମୟ ମଧ୍ୟରେ ଗୁରୁତର ଅସୁସ୍ଥ ହୋଇପଡ଼ିବା ସହ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ 13 ଜଣଙ୍କ ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

23 ଜଣ କୋରୋନା ଟିକା ଯୋଗୁଁ ମୃତ୍ୟୁବରଣ କରିବା ପରେ ନରୱେ ଏହାର କୋରୋନା ଟିକା ପ୍ରୟୋଗ କରିବା ପାଇଁ ଗାଇଡଲାଇନ ପରିବର୍ତ୍ତନ କରିଛି। ତେବେ ଏହି ମୃତ୍ୟୁ ପରେ ମଧ୍ୟ ନରୱେ ଟିକା ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଫାଇଜର ଟିକା ବୟସ୍କ ଓ ରୋଗୀଙ୍କ କ୍ଷେତ୍ରରେ ସୁରକ୍ଷିତ ନୁହେଁ ବୋଲି ଦେଶର ସରକାର ଘୋଷଣା କରିଛନ୍ତି। ଏହାର ଅନୁଧ୍ୟାନ କରୁଥିବା ଡାକ୍ତରଙ୍କ କହିବାନୁସାରେ ୮୦ବର୍ଷ ପାଖାପାଖି ବୟସ୍କମାନେ ମୃତ୍ୟୁମୁଖରେ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି। ଦେଶରେ ଡିସେମ୍ବରରୁ ଏବେ ସୁଦ୍ଧା ୩୦ହଜାର ଲୋକ ଫାଇଜର କିମ୍ବା ମଡର୍ଣ୍ଣା ଟିକା ନେଇଛନ୍ତି। ଆମେରିକା ସମେତ ୟୁରୋପର ବିଭିନ୍ନ ଦେଶରେ ଫାଇଜର ଟିକାକୁ ନେଇ ଏଭଳି କେତେକ ଅଭିଯୋଗ ଆସିବା ପରିପ୍ରେକ୍ଷୀରେ ଫାଇଜର ନିର୍ମାତା ‘ଫାଇଜର ବାୟୋଏନଟେକ’ ୟୁ‌ରୋପକୁ ଟିକା ଯୋଗାଣ ପରିମାଣ ହ୍ରାସ କରିଛି।

ନୂଆ ବର୍ଷର 4 ଦିନ ପରେ ନରୱେରେ ଫାଇଜର କୋରୋନା ଭାଇରସ୍ ଟିକା ଆରମ୍ଭ ହୋଇଥିଲା | ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର 33 ହଜାର ଲୋକଙ୍କ ପାଇଁ ଏହି କୋରୋନା ଟିକା ପ୍ରୟୋଗ କରାଯାଇଛି। ନରୱେରେ ପୂର୍ବରୁ ଘୋଷଣା କରାଯାଇଥିଲା ଯେ କୋରୋନା ଟିକା ପାର୍ଶ୍ବ ପ୍ରତିକ୍ରିୟା କରିବ। ମ୍ୟାଡସେନ୍ କହିଛନ୍ତି ଯେ ଏହି ରୋଗୀମାନେ ଟିକା ପ୍ରୟୋଗ କରିବା ପରେ ଜ୍ବର ଏବଂ ପାର୍ଶ୍ବ ପ୍ରତିକ୍ରିୟାରେ ପୀଡିତ ହୋଇଥିଲେ, ଯାହା ସେମାନଙ୍କୁ ଗୁରୁତର ଭାବରେ ଅସୁସ୍ଥ କରିଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ABOUT THE AUTHOR

...view details