ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ଅମିତ ଶାହା ବନାମ କେଜ୍ରିୱାଲ ମଡେଲ: ସିସୋଦିଆ - kejriwal govt

ଗୋଟେ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋରୋନା ଲଢେଇରେ କେନ୍ଦ୍ର-ରାଜ୍ୟ ମିଶିକରି କାମ କରୁଛନ୍ତି ବୋଲି କହୁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କିନ୍ତୁ ଆଉ କିଛି କହିଛନ୍ତି ।

ଦିଲ୍ଲୀରେ ଅମିତ ଶାହା ବନାମ କେଜ୍ରିୱାଲ ମଡେଲ
ଦିଲ୍ଲୀରେ ଅମିତ ଶାହା ବନାମ କେଜ୍ରିୱାଲ ମଡେଲ

By

Published : Jun 24, 2020, 4:01 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଯେବେଠାରୁ କେଜ୍ରିୱାଲ ସରକାର ଆରମ୍ଭ ହୋଇଛି, ସେବେଠାରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଦେଖିବାକୁ ମିଳୁଛି । ଗୋଟେ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋରୋନା ଲଢେଇରେ କେନ୍ଦ୍ର-ରାଜ୍ୟ ମିଶିକରି କାମ କରୁଛନ୍ତି ବୋଲି କହୁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କିନ୍ତୁ ଆଉ କିଛି କହିଛନ୍ତି । ଦିଲ୍ଲୀରେ ଦୁଇ ପ୍ରକାର ମଡେଲ ଚାଲିଛି ବୋଲି ସେ କହିଛନ୍ତି । ଗୋଟେ କେଜ୍ରିୱାଲଙ୍କ ମଡେଲ ଓ ଅନ୍ୟଟି ଅମିତ ଶାହାଙ୍କ ମଡେଲ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅମିତ ଶାହାଙ୍କ ମଡେଲରେ ଦିଲ୍ଲୀରେ କୋରୋନା ରୋଗୀଙ୍କୁ କ୍ବାରେଣ୍ଟାଇନ ସେଣ୍ଟର ଯିବାକୁ କୁହାଯାଇଥିବା ବେଳେ କେଜ୍ରିୱାଲ ସରକାରଙ୍କ ମଡେଲ ଅନୁସାରେ, ମେଡିକାଲ ଟିମ୍ ଘରେ ପହଞ୍ଚି ପରୀକ୍ଷା କରିବା ଉପରେ ଜୋର ଦିଆଯାଇଛି । ସେ କହିଛନ୍ତି ଦିଲ୍ଲୀରେ ଏପରି ମଡେଲର ଆବଶ୍ୟକତା ରହିଛି, ଯେଉଁଠାରେ ଲୋକଙ୍କୁ କମ୍ ସମସ୍ୟା ହେବ ।

ସେ କହିଛନ୍ତି ଦିଲ୍ଲୀରେ ଅମିତ ଶାହା ମଡେଲ ବନାମ କେଜ୍ରିୱାଲ ମଡେଲ ଚାଲିଛି । ସିସୋଦିଆ ଏହା ମଧ୍ୟ କହିଛନ୍ତି ଯେ, ଅମିତ ଶାହାଙ୍କୁ ଉପରାଜ୍ୟପାଳଙ୍କ ସହ ଆଲୋଚନା କରି କ୍ବାରେଣ୍ଟାଇନ ନିୟମ ପରିବର୍ତ୍ତନ କରନ୍ତୁ । ଆମେ ସମସ୍ତଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟର ପଠାଇପାରିବୁ ନାହିଁ । ହୋମ୍ ଆଇସୋଲେସନରେ ପରିବର୍ତ୍ତନ ଦ୍ବାରା ମଧ୍ୟ ଲୋକେ ସମସ୍ୟା ଭୋଗୁଛନ୍ତି ବୋଲି ସିସୋଦିଆ କହିଛନ୍ତି ।

ABOUT THE AUTHOR

...view details