ମୁମ୍ବାଇ: ସମଗ୍ର ଦେଶରେ କୋରୋନା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି । ରାଜ୍ୟରେ ବର୍ତ୍ତମାନ 50 ହଜାର ନିକଟତର ସଂକ୍ରମିତଙ୍କ ସଂଖ୍ୟା । କୋରୋନାର ଏକ ଗଡ଼ରେ ପରିଣତ ହୋଇଥିବା ରାଜଧାନୀ ମହାରାଷ୍ଟ୍ରରେ ପ୍ରତିଦିନ ହଜାର ହଜାର ନୂତନ କୋରୋନା ମାମଲା ରିପୋର୍ଟ ହଉଛି । ଏଥି ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ବିଏମସି ଡାକ୍ତରଖାନାର ଡାକ୍ତରୀ କର୍ମଚାରୀ ଏବଂ ଡାକ୍ତରଙ୍କ ସହ ଭିଡିଓ କନଫରେନ୍ସରେ ଆଲୋଚନା କରିଥିଲେ ଏବଂ ମୁମ୍ବାଇରେ ଆଇସିୟୁ ଏବଂ ଅନ୍ୟାନ୍ୟ ଚିକିତ୍ସା ସୁବିଧା ବୃଦ୍ଧି ପାଉଛି ବୋଲି କହିଥିଲେ । ଏହା ସହ ସେ କହିଛନ୍ତି ଯେ, ଖୁବ ଶୀଘ୍ର ଆମେ କୋରୋନା ଉପରେ ବିଜୟ ହାସଲ କରିବା । ଆଉ ଏହାର ଶ୍ରେୟ ନେବେ ମେଡିକାଲ କର୍ମଚାରୀ ।
ମୁମ୍ବାଇର ପରିସ୍ଥିତି ସମ୍ପର୍କରେ ଡାକ୍ତରୀ କର୍ମଚାରୀଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ 14 ଦିନ ମଧ୍ୟରେ ମୁମ୍ବାଇରେ ସଂକ୍ରମିତଙ୍କ ଦ୍ୱିଗୁଣିତ ହୋଇଛି । ଏଥି ସହିତ, ଆଶ୍ବସ୍ତି ଖବର ହେଉଛି ଯେ କୋରୋନାରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଉଛି । ଗତ 2 ମାସ ଧରି ଏହି ଭାଇରସ ବିରୋଧରେ ଯୁଦ୍ଧ ଜାରି ରହିଥିବାବେଳେ ଖୁବ ଶୀଘ୍ର କୋରୋନା ବିସ୍ତାର ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଭରଷା ଦେଇଛନ୍ତି ଠାକରେ । କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଏବଂ ଅନ୍ୟାନ୍ୟ ବାର୍ତ୍ତା ଉପରେ ନିରନ୍ତର ନଜର ରହିଛି। ଯାହାଙ୍କ ମାଧ୍ୟମରେ କୋରୋନା ସହିତ ଲଢିବା ପାଇଁ ପ୍ରସ୍ତୁତି ଚାଲିଛି ।