ହାଇଦ୍ରାବାଦ: କୋରୋନା ସନ୍ଦେହରେ ହସ୍ପିଟାଲରେ ଭର୍ତ୍ତି ଥିବା ବ୍ୟକ୍ତି ନିଖୋଜ । ଗତ 15 ଦିନ ହେବ ହସ୍ପିଟାଲରୁ ନିଖୋଜ ଥିବା ପରିବାର ପକ୍ଷରୁ ଅଭିଯୋଗ ଅଣାଯାଇଛି । ବ୍ୟକ୍ତି ଜଣକ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ନିଖୋଜ ନରେନ୍ଦ୍ର ସିଂଙ୍କ ଭାଇ ମୁକେଶ କହିଛନ୍ତି, ସ୍ବାସ୍ଥ୍ୟବସ୍ଥା ଖବର ହେବାରୁ ପ୍ରଥମେ ନରେନ୍ଦ୍ରଙ୍କୁ କିଙ୍ଗ କୋଟି ହସ୍ପିଟାଲରେ ଭର୍ତ୍ତି କରିବା ପରେ ଗାନ୍ଧୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚଳିତ ମାସ 2 ତାରିଖ ଦିନ ନରେନ୍ଦ୍ର କେବଳ ତାଙ୍କ ପଡୋଶୀଙ୍କ ସହ କଥାବାର୍ତ୍ତା ହୋଇଥିଲା । ଏହି ଘଟଣାକୁ 15 ଦିନ ହୋଇଯାଇଥିଲେ ମଧ୍ୟ ନରେନ୍ଦ୍ରଙ୍କ କୌଣସି ଖୋଜଖବର ନାହିଁ ।