ଓଡିଶା

odisha

ETV Bharat / bharat

ତାମିଲନାଡୁ ଓ ଗୁଜୁରାଟରେ ବିଗୁଡୁଛି କୋରୋନା ସ୍ଥିତି - Bihar covid 19 cases

ଶୁକ୍ରବାର ତାମିଲନାଡୁରେ 786ଟି କୋରୋନା କେସ ବାହାରିଛି । ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର 753 ଛୁଇଁଛି । ଅଧିକ ପଢନ୍ତୁ...

ତାମିଲନାଡୁ ଓ ଗୁଜରାଟରେ ବିଗୁଡୁଛି ସ୍ଥିତି
ତାମିଲନାଡୁ ଓ ଗୁଜୁରାଟରେ ବିଗୁଡୁଛି କୋରୋନା ସ୍ଥିତି

By

Published : May 22, 2020, 10:33 PM IST

ଚେନ୍ନାଇ: ଦେଶର ବିଭିନ୍ନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦକ୍ଷିଣ ପଶ୍ଚିମ ରାଜ୍ୟମାନଙ୍କରେ ଏହି ସ୍ଥିତି ଗମ୍ଭୀର ରହିଛି । ବିଶେଷ କରି ତାମିଲନାଡୁ ଓ ଗୁଜୁରାଟରେ କୋରୋନାରେ ଆକ୍ରାନ୍ତ 15 ହଜାର ଅଭିମୁଖେ ଆଗେଇଛି ।

ଶୁକ୍ରବାର ତାମିଲନାଡୁରେ 786ଟି କୋରୋନା କେସ ବାହାରିଛି । ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର 753 ଛୁଇଁଛି । ସେହିପରି ଗୁଜୁରାଟରେ 363 ନୂଆ ମାମଲା ସହ ମୋଟ ଆକ୍ରାନ୍ତ 13 ହଜାର 273ରେ ପହଞ୍ଚିଛି । ଏଠାରେ ମୋଟ ମୃତ୍ୟୁସଂଖ୍ୟା 802 ରହିଛି । ସେହିପରି 5880 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସେହିପରି ବିହାରରେ 24 ଘଣ୍ଟାରେ 118 କେସ ବାହାରିଛି । ଦୀର୍ଘ ଦିନ ବ୍ୟବଧାନରେ ଏଠାରେ ଗୋଟିଏ ଦିନରେ ଶତାଧିକ ମାମଲା ସାମନାକୁ ଆସିଛି । ଏବେ ସୁଦ୍ଧା ମୋଟ 2105 ଜଣ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । କର୍ଣ୍ଣାଟକରେ ମଧ୍ୟ ଦୀର୍ଘ ଦିନର ବ୍ୟବଧାନ ପରେ ଗୁରୁବାର 138 କେସ ବାହାରିଥିଲେ । ଏଠାରେ ମୋଟ ଆକ୍ରାନ୍ତ 1743 ଥିବାବେଳେ 597 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details