ଲକ୍ଷ୍ନୌ: କୋରୋନା ପାଇଁ ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଆଇସୋଲେସନ ସେଣ୍ଟରରେ ସାନିଟାଇଜର ପିଇ କୋରୋନା ପଜିଟିଭ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ଦେହାଟ ସରସୋଲ ଆଇସୋଲେସନ ସେଣ୍ଟରରେ । ଯୁବକଙ୍କୁ ଗୁରୁତର ଅବସ୍ଥାରେ କାନପୁର ହାଲ୍ଲେଟ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ଉକ୍ତ ଯୁବକ ଜଣଙ୍କ ଝାଡଖଣ୍ଡର ହୋଇଥିବା ବେଳେ ଦୁଇ ଦିନ ତଳେ ପୋଲିସ ତାକୁ ଅଟକ ରଖିଥିଲା । ଏହା ପରେ ଯୁବକର ଡାକ୍ତରୀ ସ୍କ୍ରିନିଂ କରାଯାଇ କୋରୋନା ପରୀକ୍ଷା କରାଯାଇଥିଲା । ଯୁବକର ରିପୋର୍ଟ ପଜିଟିଭ ଆସିବା ପରେ ଗୁରୁବାର ସକାଳେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । କିଛି ଘଣ୍ଟା ପରେ ଉକ୍ତ ଯୁବକ ଜଣକ ସାନିଟାଇଜର ପିଇ ଦେଇଥିଲେ । ଏହା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଥିଲା ।