କୋଲକାତା: କୋରୋନା ଆକ୍ରାନ୍ତ ଥିବା ଗର୍ଭବତୀ ମହିଳାଙ୍କ ନବଜାତ ଶିଶୁପୁତ୍ରର କୋରୋନା ରିପୋର୍ଟ ନେଗେଟିଭ । ପଶ୍ଚିମବଙ୍ଗର ଉଲୁବେରିଆର ସଞ୍ଜୀବନି ମେଡିକାଲରେ ଜଣେ କୋରୋନା ଆକ୍ରାନ୍ତ ଥିବା ଗର୍ଭବତୀ ମହିଳା ଏକ ସୁସ୍ଥ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ଶିଶୁଟିର କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।
ଶିଶୁଟି ଗତ ଏପ୍ରିଲ 20ରେ ଜନ୍ମ ହୋଇଥିଲା । ଏହାପରେ ଶିଶୁର ରକ୍ତ ନମୂନା କୋରୋନା ପରୀକ୍ଷା କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ ଆସିଥିବା ବେଳେ ପରିବାର ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।