ନୂଆଦିଲ୍ଲୀ: ଦେଶରେ କାୟା ମେଲୁଛି କୋରୋନା । ପ୍ରାଣଘାତୀ କୋରୋନାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ଘଣ୍ଟାକୁ ଘଣ୍ଟା ବଢିବାରେ ଲାଗିଛି । କେରଳ, ରାଜସ୍ଥାନ ପରେ ଏବେ ମହାରାଷ୍ଟ୍ର ନୂତନ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଦୁବାଇରୁ ଫେରିଥିବା ଦୁଇ ମା ଓ ଝିଅ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଉଭୟଙ୍କୁ ନାଶିକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରକ୍ତ ନମୁନା ପରୀକ୍ଷା ପରେ ଉଭୟେ କୋରୋନା ପଜିଟିଭ ଥିବା ରିପୋର୍ଟରେ ପ୍ରକାଶ ପାଇଛି । ଉଭୟେ ମା ଓ ଝିଅ ଗତ 27ରେ ଦୁବାଇରେ ଫେରିଥିଲେ । ସେଠାରୁ ଫେରିବା ପରେ ଥଣ୍ଡାକାଶ ଲାଗି ରହିବାରୁ ଉଭୟଙ୍କୁ ମାର୍ଚ୍ଚ 3 ତାରିଖରେ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।