ଓଡିଶା

odisha

ୟୁପିରେ କୋରୋନା ଆକ୍ରାନ୍ତ ବ୍ୟବହାର କରିପାରିବେନି ମୋବାଇଲ୍ ଫୋନ

By

Published : May 24, 2020, 11:34 AM IST

Updated : May 24, 2020, 1:18 PM IST

ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକ କେ କେ ଗୁପ୍ତା କୋରୋନା ରୋଗୀଙ୍କ ସହ ମୋବାଇଲ୍ ନେବାକୁ ବାରଣ କରିଛନ୍ତି। ଏଥିପାଇଁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ସମ୍ପୃକ୍ତ ଅଧିକାରୀଙ୍କୁ ମଧ୍ୟ ଏକ ଚିଠି ଲେଖାଯାଇଛି।

corona patients
କୋରୋନା ରୋଗୀ ବ୍ୟବହାର କରିପାରିବେନି ମୋବାଇଲ୍ ଫୋନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକ କେ କେ ଗୁପ୍ତା କୋରୋନା ରୋଗୀଙ୍କ ସହ ମୋବାଇଲ୍ ନେବାକୁ ବାରଣ କରିଛନ୍ତି। ଏଥିପାଇଁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ସମ୍ପୃକ୍ତ ଅଧିକାରୀଙ୍କୁ ମଧ୍ୟ ଏକ ଚିଠି ଲେଖାଯାଇଛି। ପ୍ରକାଶଥାଉକି, କେ କେ ଗୁପ୍ତା ହିଁ ଏକମାତ୍ର ଅଧିକାରୀ ଯିଏକି ରାଜ୍ୟରେ ପିପିଇ କିଟରେ ଥିବା ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ ।

ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକ (ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ) ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ପରେ ରାଜ୍ୟର କୋଭିଡ-19 ଡାକ୍ତରଖାନାରେ ରୋଗୀମାନଙ୍କ ମୋବାଇଲ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଡିଜିଙ୍କ ଅନୁଯାୟୀ, ମୋବାଇଲରୁ କୋରୋନା ସଂକ୍ରମଣ ବ୍ୟାପିଥାଏ। ଏହା ପରେ କୋରୋନା ୱାର୍ଡରେ ନୂତନ ବ୍ୟବସ୍ଥା ଅନୁଯାୟୀ ଡାକ୍ତରଖାନାର ଦାୟିତ୍ବରେ ଥିବା 2 ଟି ମୋବାଇଲ୍ ଫୋନ୍ ରହିବ। ଯାହା ମାଧ୍ୟମରେ ୱାର୍ଡ ଇନଚାର୍ଜ ରୋଗୀମାନେ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିପାରିବେ ।

କେ.କେ ଗୁପ୍ତାଙ୍କ ଦ୍ବାରା ଜାରି କରାଯାଇଥିବା ଏକ ଆଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଜ୍ୟର କୋଭିଡ ଡେଡିକେଟେଡ୍ L-2 ଓ L-3 ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ମୋବାଇଲ୍ ଫୋନ୍ ଆଇସୋଲେସନ୍ ୱାର୍ଡରେ ନେବାକୁ ଅନୁମତି ନାହିଁ କାରଣ ଏହା ସଂକ୍ରମଣ ବିସ୍ତାର କରେ ।

Last Updated : May 24, 2020, 1:18 PM IST

ABOUT THE AUTHOR

...view details