ଗାନ୍ଧୀନଗର: ରାଜ୍ୟସ୍ତରୀୟ ସ୍ବତନ୍ତ୍ର ନବରାତ୍ର ଉତ୍ସବକୁ ବାତିଲ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ । କୋରୋନା ମହାମାରୀ ଯୋଗୁଁ ଗୁଜୁରାଟରେ ରାଜ୍ୟସ୍ତରୀୟ ନବରାତ୍ର ଉତ୍ସବକୁ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ।
ପ୍ରତିବର୍ଷ ଦଶହରା ଅବସରରେ ଗୁଜୁରାଟର ଅହମଦାବାଦରେ ନବରାତ୍ରୀ ପାଇଁ ରାଜ୍ୟସ୍ତରୀୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହା ବେଶ ଧୂମଧାମରେ ପାଳନ କରାଯାଇଥାଏ କିନ୍ତୁ ଚଳିତ ବର୍ଷ ମହାମାରୀ କୋରୋନା ଯୋଗୁଁ ସମସ୍ତ ପ୍ରକାରର ଜନଗହଳି ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋରୋନା ଗାଇଡଲାଇନ ଅନୁସାରେ ଦଶହରା ପାଳନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।