ଓଡିଶା

odisha

ETV Bharat / bharat

ଏୟାର ଏସିଆରେ କୋରୋନା ସନ୍ଦିଗ୍ଧ, ବିମାନରୁ ଡେଇଁପଡିଲେ ପାଇଲଟ - covid-19 passanger onboard airasia

କୋରୋନା ଭୟରେ ବିମାନ ଝରକାରୁ ଡେଇଁଲେ ପାଇଲଟ । ପୁଣେ- ଦିଲ୍ଲୀ ଏୟାର ଏସିଆ ବିମାନରେ ଦେଖିବାକୁ ମିଳିଛି ଏହି ଦୃଶ୍ଯ । ଅଧିକ ପଢନ୍ତୁ...

suspected covid-19 passanger onboard airasia
ଫାଇଲ ଫଟୋ

By

Published : Mar 23, 2020, 11:32 AM IST

ନୂଆଦିଲ୍ଲୀ: କୋରୋନା ଯୋଗୁଁ ଭୟଭୀତ ସମସ୍ତେ । ସବୁଆଡେ ଲକ ଡାଉନ ସ୍ଥିତି ଥିବାବେଳେ କେବଳ କିଛି ବିମାନ ଅତି ଜରୁରୀ ସ୍ଥିତିରେ ଯାତାୟତ କରୁଛି। ଠିକ ଏହି ସମୟରେ ଜଣେ କୋଭିଡ-19 ସନ୍ଦିଗ୍ଧ ପୁଣେ- ଦିଲ୍ଲୀ ଏୟାର ଏସିଆ ବିମାନରେ ଯାତ୍ରା କରୁଥିବା ଦେଖାଯାଇଛି ।

ବ୍ୟକ୍ତି ଜଣକ ସନ୍ଦିଗ୍ଧ ହୋଇ ମଧ୍ୟ ବିମାନ ଯାତ୍ରା କରୁଥିବା ଜାଣିବା ପରେ ପାଇଲଟ ଏମରଜେନ୍ସି ୱିଣ୍ଡୋରେ ଡେଇଁ ପଡିଥିଲେ । ଅନ୍ୟ ଯାତ୍ରୀଙ୍କୁ କ୍ର୍ୟୁ ମେମ୍ବରଙ୍କ ଦ୍ବାରା ବିମାନରୁ ବାହାରକୁ ଅଣାଯାଇଥିଲା । ସନ୍ଦିଗ୍ଧଙ୍କୁ ମଧ୍ୟ ସଙ୍ଗେ ସଙ୍ଗେ ଆଇସୋଲେସନକୁ ନିଆଯାଇଥିଲା ।

ଏହାପରେ ବିମାନକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଥିଲା । ତେବେ ଏଭଳି ସ୍ଥିତିରେ ବି ସେବା କରୁଥିବା କ୍ରିୟୁ ମେମ୍ବରଙ୍କୁ ପ୍ରଂଶସା କରିଛନ୍ତି ଏୟାର ଇଣ୍ଡିଆ ର ସ୍ପୋକ୍ସ ପର୍ସନ ।

ABOUT THE AUTHOR

...view details