ଓଡିଶା

odisha

ETV Bharat / bharat

24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ ଚିହ୍ନଟ,ମୋଟ ପଜିଟିଭ ସଂଖ୍ୟା 6761କୁ ବୃଦ୍ଧି

corona live updates Increase of 547 new COVID19 cases 30 deaths in last 12 hours
ଦେଶରେ ଗତ 12 ଘଣ୍ଟା ମଧ୍ୟରେ 547 କୋରୋନା ପଜିଟିଭ, 30 ମୃତ୍ୟୁ ରେକର୍ଡ

By

Published : Apr 10, 2020, 10:21 AM IST

Updated : Apr 10, 2020, 7:45 PM IST

19:43 April 10

24 ଘଣ୍ଟାରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ ଚିହ୍ନଟ,ମୋଟ ପଜିଟିଭ ସଂଖ୍ୟା 6761କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 896  ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 6761କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେହିପରି 6761 ମାମଲା ମଧ୍ୟରୁ 6039 ଜଣ ଚିକିତ୍ସିତ ହେଉଥିବା ବେଳେ  516 ଜଣ ରୋଗୀ ଡିସଚାର୍ଜ ହୋଇଥିବା ଜଣାପଡିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 37 ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶର ମୋଟ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ  206କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 1364 ଜଣ କୋରୋନା ପଜିଟିଭ ରହିଥିବା ବେଳେ ତାମିଲନାଡୁରେ 834, ଦିଲ୍ଲୀରେ 898, କେରଳରେ 357, ତେଲେଙ୍ଗାନା 473, ଉତ୍ତରପ୍ରଦେଶରେ 431, ରାଜସ୍ଥାନରେ 463 ଓ ଆନ୍ଧ୍ରପ୍ରଦେଶରେ 363 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 97 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 17, ମଧ୍ୟପ୍ରଦେଶରେ 16, ଦିଲ୍ଲୀରେ 13, ତେଲେଙ୍ଗାନାରେ 7, ତାମିଲନାଡୁରେ 8, କର୍ଣ୍ଣାଟକରେ ଓ ଆନ୍ଧ୍ରପ୍ରଦେଶରେ 3 ଜଣଙ୍କର ମୃତ୍ୟୁ ହୋଇଛି ।

18:06 April 10

ଦେଶରେ ଏପର୍ଯ୍ୟନ୍ତ କୌଣସି ସାମାଜିକ ସଂକ୍ରମଣ ହୋଇନାହିଁ : ଲବ ଅଗ୍ରୱାଲ

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ:

  • ଦେଶରେ ଏପର୍ଯ୍ୟନ୍ତ କୌଣସି ସାମାଜିକ ସଂକ୍ରମଣ ହୋଇନାହିଁ । ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ; କିନ୍ତୁ ସଚେତନ ରୁହନ୍ତୁ ।
  • ଗତକାଲି, ଆମେ 16002 ପରୀକ୍ଷା କରିଥିଲୁ । କେବଳ 0.2 % ମାମଲା ପଜିଟିଭ ଚିହ୍ନଟ କରାଯାଇଥିଲା । ସଂଗୃହୀତ ନମୁନା ଆଧାରରେ ସଂକ୍ରମଣ ହାର ଅଧିକ ନୁହେଁ । ଏହା ସହିତ ଦ୍ରୁତ ନିଦାନ କିଟଗୁଡିକୁ ମଧ୍ୟ ମଞ୍ଜୁର     କରାଯାଇଛି ।
  • ହାଇଡ୍ରୋକ୍ସିକ୍ଲୋରୋକୁଇନ ପାଇଁ ବିଭିନ୍ନ ଦେଶ ଅନୁରୋଧ କରିଥିଲେ । ସରକାର ଘରୋଇ ଆବଶ୍ୟକତାକୁ ଧ୍ୟାନରେ ରଖିଛନ୍ତି ଏବଂ ଆମର ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ପରିମାଣର ଔଷଧ ଗଚ୍ଛିତ ରହିଛି ।
  • କିନ୍ତୁ ଯଦି ଆମେ ସମସ୍ତେ ସତର୍କତା ଏବଂ ଧାରଣ ପଦକ୍ଷେପ ଗ୍ରହଣ କରୁଛୁ । ତେବେ ଏହା  ସ୍ଥାନୀୟ କିମ୍ବା ଗୋଷ୍ଠୀ ସଂକ୍ରମଣ ଭଳି ଆହ୍ବାନ ସୃଷ୍ଟି କରିବ ନାହିଁ ।
  • କୋରୋନା ବିରୋଧରେ ଯୁଦ୍ଧରେ ସ୍ବାସ୍ଥ୍ୟ କର୍ମୀମାନେ ଆଗ ଧାଡ଼ିରେ ଅଛନ୍ତି ଓ ସେମାନଙ୍କ ସହିତ ଯେକୌଣସି ପ୍ରକାରର ଖରାପ ବ୍ୟବହାର ଆମ ପାଇଁ କ୍ଷତିକାରକ । ଏହା ସେମାନଙ୍କ ମନୋବଳ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।

15:03 April 10

ନାଗାଲାଣ୍ଡରେ ଜିରୋ ପଜିଟିଭ ମାମଲା

ନାଗାଲାଣ୍ଡରେ ବର୍ତ୍ତମାନ ସୁଦ୍ଧା  କୌଣସି କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇନାହିଁ । ରାଜ୍ୟରେ 69ଟି ରକ୍ତ ନମୁନା ପରୀକ୍ଷଣ କରାଯାଇଥିବା ବେଳେ 65ଟି ନମୁନା ନେଗେଟିଭ ରହିଛି । ଅନ୍ୟ 4ଟି ନମୁନାର ଫଳାଫଳକୁ ଅପେକ୍ଷା କରାଯାଇଛି । ସେହିପରି 23 ଜଣଙ୍କୁ ସ୍ବତନ୍ତ୍ର କ୍ବାରେଣ୍ଟାଇନ ଓ 658 ଜଣଙ୍କୁ ଘରୋଇ କ୍ବାରେଣ୍ଟାଇନରେ ରଖାଯାଇଛି ।

14:57 April 10

କର୍ଣ୍ଣାଟକରେ 10ଟି ନୂଆ କୋରୋନା ପଜିଟିଭ , ମୋଟ ସଂଖ୍ୟା 207କୁ ବୃଦ୍ଧି

କର୍ଣ୍ଣାଟକ: ରାଜ୍ୟରେ 10 ଟି ନୂଆ COVID-19 ପଜିଟିଭ ମାମଲା ରିପୋର୍ଟ ହୋଇଛି । ଫଳରେ ମୋଟ ପଜିଟିଭ ମାମଲା 207କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 30 ଜଣ ଡିସଚାର୍ଜ ହୋଇଛନ୍ତି ।

14:35 April 10

24 ଘଣ୍ଟା ମଧ୍ୟରେ ବିହାରରେ 17ଟି କୋରୋନା ପଜିଟିଭ ମାମଲା

ବିହାର: ଗତ 24 ଘଣ୍ଟା ମଧ୍ୟରେ ବିହାରରେ 17ଟି COVID-19 ପଜିଟିଭ ମାମଲା ରିପୋର୍ଟ ହୋଇଛି । ଫଳରେ ରାଜ୍ୟର ମୋଟ କୋରୋନା ପଜିଟିଭ ସଂଖ୍ୟା 60କୁ ବୃଦ୍ଧି ପାଇଛି ।  ରାଜ୍ୟର ସିୱାନ ଜିଲ୍ଲାରେ ସର୍ବାଧିକ 29ଟି ପଜିଟିଭ ମାମଲା ରହିଛି ।  

09:19 April 10

ଦେଶରେ ଗତ 12 ଘଣ୍ଟା ମଧ୍ୟରେ 547 କୋରୋନା ପଜିଟିଭ

ଦେଶରେ ଗତ 12 ଘଣ୍ଟା ମଧ୍ୟରେ 547 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 6412କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେହିପରି 6412 ମାମଲା ମଧ୍ୟରୁ 5709 ଜଣ ଚିକିତ୍ସିତ ହେଉଥିବା ବେଳେ  504ଜଣ ରୋଗୀ ଡିସଚାର୍ଜ ହୋଇଥିବା ଜଣାପଡିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 17ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶର ମୋଟ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ  199କୁ ବୃଦ୍ଧି ପାଇଛି ।

Last Updated : Apr 10, 2020, 7:45 PM IST

ABOUT THE AUTHOR

...view details