ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିଲା ବେଳେ କେତେକ କୋଭିଡ ହସ୍ପିଟାଲ ଖାଲି ପଡିଥିବା ଦେଖିବାକୁ ମିଳିଛି । ଜୁନ ମାସରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପ୍ରତିଦିନ ପ୍ରାୟ ତିନି ହଜାର ମାମଲା ରିପୋର୍ଟ କରାଯାଉଥିଲା । ଜୁନ 23ରେ ଏହି ସଂଖ୍ୟା ପ୍ରାୟ ଚାରି ହଜାରରେ ପହଞ୍ଚିଥିଲା । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଅନେକ ସ୍ଥାନରେ ଅସ୍ଥାୟୀ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ ।
ଜୁନ 24ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନା ସମ୍ମୁଖରେ ଥିବା ଶାହାନାଇ କମ୍ୟୁନିଟି ହଲ ପରିଦର୍ଶନ କରିଥିଲେ । 100 ଶଯ୍ୟା ବିଶିଷ୍ଟ ଏହି ହସପିଟାଲରେ ପ୍ରଥମ ପର୍ଯ୍ୟାୟରେ 60 ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ଡକ୍ଟରର୍ସ ଫର ୟୁ ଏନଜିଓ ସଂସ୍ଥାକୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଥିଲା । ସେବେ ଠାରୁ ଏଠାରେ 200 ଜଣ କୋରୋନା ରୋଗୀ ଚିକିତ୍ସିତ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ଏହା ଖାଲି ପଡିଥିବା ଦେଖିବାକୁ ମିଳିଛି ।
ଡକ୍ଟରର୍ସ ଫର ୟୁ ଏନଜିଓ ସଂସ୍ଥାର ଚେୟାରମ୍ୟାନ ଡକ୍ଟର ରଜତ ଜେନା ଇଟିଭି ଭାରତ ସହ ଆଲୋଚନା କରିଛନ୍ତି । ରୋଗୀ ନଥିଲେ ମଧ୍ୟ ଏଠାରେ କୋଭିଡ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିଛି । ଏହା ଲୋକନାୟକ ଜୟପ୍ରକାଶ ହସ୍ପିଟାଲ ସହିତ ବ୍ୟବସ୍ଥିତ ହୋଇଛି । ଆବଶ୍ୟକ ହେବା ମାତ୍ରେ ଆମେ ରୋଗୀଙ୍କୁ ଅଧ ଘଣ୍ଟା ମଧ୍ୟରେ ଏଠାରେ ଆଡମିଶନ କରାଯିବ ବୋଲି ସେ କହିଛନ୍ତି ।