ନୂଆଦିଲ୍ଲୀ:ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ଏହା ରିସର୍ଚ୍ଚ କରିବାରେ ଲାଗିଛନ୍ତି ଯେ ବିଗତ ଦୁଇମାସ ମଧ୍ୟରେ କୋରୋନା ସଂକ୍ରମଣ ଦ୍ବାରା ଏହି ଭାଇରସ ‘ମ୍ୟୁଟେସେନ’ହୋଇଛି କି ନାହିଁ । ତେବେ ‘ମ୍ୟୁଟେସେନ’ର ଅର୍ଥ କୌଣସି କୋଶିକାରେ ଆନୁବଂଶିକ ପରିବର୍ତ୍ତନ ।
ଆଇସିଏମଆରର ଜଣେ ବିଶିଷ୍ଠ ବୈଜ୍ଞାନିକଙ୍କ ଅନୁଯାୟୀ, ‘ସାର୍ସ-କୋବି-2 ଷ୍ଟ୍ରେନ’ରେ ପରିବର୍ତ୍ତନ ହୋଇଛି ନା ନାହିଁ ଜଣାପଡିବା ପରେ ହିଁ କୌଣସି ଟୀକାର ପ୍ରଭାବ ହେବ କି ନାହିଁ ତାହା ସୁନିଶ୍ଚିତ ହେବ ।
ଏଥିସହ ସେ କହିଛନ୍ତି, ଏହି ଭାଇରସ ଅଧିକ ଭୟାବହ ହୋଇଛି କି ନାହିଁ ଏବଂ ଏହାର ସଂକ୍ରମଣ ବଢିବା କ୍ଷମତା ବୃଦ୍ଧି ପାଇଛି କି ନାହିଁ ତାହା ପରୀକ୍ଷାରୁ ଜଣାପଡିବ । କୋରୋନା ଆକ୍ରାନ୍କ ରୋଗୀଙ୍କ ରକ୍ତ ନମୂନା ପରୀକ୍ଷାରୁ ଜଣାପଡିବ ଯେ ଏହି ଭାଇରସରେ ବଂଶାନୁକ୍ରମିକ ପରିବର୍ତ୍ତନ ହୋଇଛି କି ନାହିଁ ।