ଓଡିଶା

odisha

ETV Bharat / bharat

କୋରୋନା ମୁକ୍ତ ହେଲା ଲେହ ଲଦାଖ, ସୁସ୍ଥ ହେଲେ ବାକି 2 ସଂକ୍ରମିତ - leh ladakh news

ଦେଶରେ କୋରୋନାର ପ୍ରଭାବ ବୃଦ୍ଧି ପାଉଥିବାବେଳେ, ଏଭଳି ସମୟରେ ଆଶ୍ବସ୍ତି କଲାପରି ଏକ ଖବର ସାମ୍ନାକୁ ଆସିଛି । ଲେହ ଲଦାଖରେ ସମୁଦାୟ 43ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ମୁକ୍ତ ହେଲା ଲେହଲଦାଖ, ସୁସ୍ଥ ହେଲେ ଶେଷ 2 ସଂକ୍ରମିତ
କୋରୋନା ମୁକ୍ତ ହେଲା ଲେହଲଦାଖ, ସୁସ୍ଥ ହେଲେ ଶେଷ 2 ସଂକ୍ରମିତ

By

Published : May 20, 2020, 11:32 AM IST

ଲେହ: ସମ୍ପୂର୍ଣ୍ଣ କୋରୋନା ମୁକ୍ତ ହେଲା ଲଦାଖ । ଲଦାଖର ୟୁନିଅନ ଟେରିଟୋରୀରେ କୋରୋନା ସଂକ୍ରମିତ 43ଜଣଙ୍କ ମଧ୍ୟରୁ ମଙ୍ଗଳବାର ଶେଷ 2 ଜଣ ସୁସ୍ଥ ହୋଇଛନ୍ତି, ଏହା ପରେ ରାଜ୍ୟର ସମସ୍ତ ଆକ୍ରାନ୍ତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ, ଏହି 2 ସଂକ୍ରମିତଙ୍କର ଦ୍ୱିତୀୟ ଥର ମଧ୍ୟ ନେଗେଟିଭ ଆସିଥିବାରୁ ସେମାନଙ୍କୁ ଲେହ ଜିଲ୍ଲାର ଏକ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ମଙ୍ଗଳବାର ପରୀକ୍ଷା ପାଇଁ 510 ନମୁନାକୁ ନୂଆଦିଲ୍ଲୀର NCDC କୁ ପଠାଯାଇଥିଲା । ସେଥିମଧ୍ୟରୁ 332ଟି ନମୁନା କାର୍ଗିଲ ଜିଲ୍ଲାର ଏବଂ 178 ଟି ନମୁନା ଲେହ ଜିଲ୍ଲାର । ବର୍ତ୍ତମାନ ସୁଦ୍ଧା ଲଦାଖରେ 43ଟି ନୂତନ ସଂକ୍ରମଣ ମାମଲା ରୁଜୁ ହୋଇଛି ଏବଂ ସମସ୍ତେ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ୟୁନିଅନ ଟେରିଟୋରୀରେ ସଂକ୍ରମଣର ପ୍ରଥମ ମାମଲା ମାର୍ଚ୍ଚ 6ରେ ଏବଂ ଶେଷ ମାମଲା ମେ 13ରେ ରିପୋର୍ଟ ହୋଇଥିଲା।

ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ, କୋଭିଡ-19ରେ ଏଠାରେ କାହାର ମୃତ୍ୟୁ ହୋଇ ନାହିଁ ଏବଂ ଚିକିତ୍ସା ପରେ ସମସ୍ତ ଲୋକ ନିଜ ଘରକୁ ଯାଇଛନ୍ତି । ଅଧିକାରୀ କହିଛନ୍ତି ଯେ ଦେଶର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା 647 ସ୍ଥାନୀୟ ଲୋକ 32ଟି ବସ ଏବଂ ଟେମ୍ପୋରେ ସୋମବାର ସନ୍ଧ୍ୟାରେ ଏଠାରେ ପହଞ୍ଚିଥିଲେ। ଯାତ୍ରୀମାନଙ୍କ ସ୍କ୍ରିନିଂ ପରେ ଯାନଗୁଡିକ ସଂକ୍ରମଣ ମୁକ୍ତ କରାଯାଇଥିଲା ।

ABOUT THE AUTHOR

...view details