ଓଡିଶା

odisha

ETV Bharat / bharat

ଡରାଉଛି କୋରୋନା, ଏହି ରାଜ୍ୟ ଗୁଡିକରେ ବଢିଲା ଲକଡାଉନ ଅବଧି - ଲକଡାଉନ

ଦେଶରେ କୋରୋନା ଭାଇରସ ବୃଦ୍ଧି ପାଇ ବର୍ତ୍ତମାନ 8 ଲକ୍ଷ 78 ହଜାର 254ରେ ପହଞ୍ଚିଛି । ଏଥିରେ 23 ହଜାର 174 ଜଣଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ଚିନ୍ତାରେ ସମଗ୍ର ଦେଶବାସୀ । ଅଧିକ ପଢନ୍ତୁ...

ଡରାଉଛି କୋରୋନା, ଏହି ରାଜ୍ୟ ଗୁଡିକରେ ବଢିଲା ଲକଡାଉନ ଅବଧି
ଡରାଉଛି କୋରୋନା, ଏହି ରାଜ୍ୟ ଗୁଡିକରେ ବଢିଲା ଲକଡାଉନ ଅବଧି

By

Published : Jul 13, 2020, 1:11 PM IST

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ପୂର୍ବରୁ କୋହଳ ହୋଇଥିବା ଏହି ଲକଡାଉନକୁ ପୁଣି ଥରେ କଡାକଡି କରାଯାଇଛି । ଏହାର ମୁକାବିଲା ନେଇ ଅନେକ ରାଜ୍ୟ ଓ ସହରରେ ପୁଣି ଥରେ ଲକଡାଉନ ଲାଗୁ ହୋଇଛି । ଉତ୍ତରପ୍ରଦେଶରେ ପ୍ରତି ଶନିବାର ଏବଂ ରବିବାର ଲକଡାଉନ ନିଷ୍ପତ୍ତି ନିଆଯାଇଥିବାବେଳେ, ଜମ୍ମୁ କାଶ୍ମୀରର ଶ୍ରୀନଗର ସମେତ ଅନେକ ଅଞ୍ଚଳରେ ଆଜି(ସୋମବାର) ଠାରୁ ପୁଣି ଥରେ ଲକଡାଉନ ଲାଗୁ କରାଯାଇଛି।

ଏହା ବ୍ୟତୀତ 23 ଜୁଲାଇ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁନେରେ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ତାମିଲନାଡୁର ମଦୁରାଇରେ ମଧ୍ୟ ଏହାକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି। ସୋମବାର ଏଠାରେ ଲକଡାଉନ ଶେଷ ହେବାକୁ ଯାଉଥିଲା, ଯାହାକୁ 14 ଜୁଲାଇକୁ ବୃଦ୍ଧି କରାଯାଇଛି । ସୋମବାର ଏବଂ ମଙ୍ଗଳବାର ସିଲଙ୍ଗରେ ଲକଡାଉନ ଲଗାଯାଇଛି।

ଆଜିଠାରୁ ଜମ୍ମୁ କାଶ୍ମୀରର ଅନେକ ଅଞ୍ଚଳରେ ଏହି ଲକଡାଉନ ଲାଗୁ କରାଯାଇଛି। ପ୍ରଶାସନ କହିଛି ଯେ, ଗତ ଦୁଇ ସପ୍ତାହ ଧରି ଉପତ୍ୟକାରେ କୋରୋନା କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏହି କାରଣରୁ ଅଧିକାରୀମାନେ ପୁନର୍ବାର ଲକଡାଉନ କରିବାକୁ ଆବେଦନ କରିଥିଲେ। ଏହି ଆବେଦନ ଆଧାରରେ ଲକଡାଉନ କାର୍ଯ୍ୟକାରୀ କରାଯାଇଛି ।

ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ କୋରୋନା ସଙ୍କଟ ଗଭୀର ହେବାରେ ଲାଗିଛି। ମୁମ୍ବାଇ ବ୍ୟତୀତ ପୁଣେରେ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପୁନେ ପ୍ରଶାସନ ସୋମବାର ଠାରୁ 23 ଜୁଲାଇ ପର୍ଯ୍ୟନ୍ତ ଲକଡାଉନ କରିବାକୁ ଘୋଷଣା କରିଛି। 14 ରୁ 18 ଜୁଲାଇ ମଧ୍ୟରେ ରାଜ୍ୟ ସମ୍ପୂର୍ଣ୍ଣ ସଟଡାଉନ ରହିବ । 19 ରୁ 23 ଜୁଲାଇ ପର୍ଯ୍ୟନ୍ତ ଏହାକୁ କିଛି ମାତ୍ରାରେ କୋହଳ କରାଯିବ ।

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, 14 ଜୁଲାଇ ରାତି 8 ଟାରୁ 22 ତାରିଖ ସକାଳ 5 ଟା ପର୍ଯ୍ୟନ୍ତ ଲକଡାଉନ ଲାଗୁ କରାଯିବ। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟକାରୀ ହେବ ନାହିଁ ।

ABOUT THE AUTHOR

...view details